ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଟପ୍-୧୦ରେ ଏକାମାତ୍ର ଭାରତୀୟ ଖେଳାଳି ଅଶ୍ଵିନ୍
ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ଟିମ୍ର ହସନ ଅଲି, ନୌମାନ ଅଲି ଏବଂ ଶାହୀନ ଆଫ୍ରିଦି ନିଜ କ୍ୟାରିୟରରେ ବେଷ୍ଟ ଟେଷ୍ଟ ରାଙ୍କିଙ୍ଗ ହାସଲ କରିଛନ୍ତି। ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ରବିଚନ୍ଦ୍ରନ ଅଶ୍ଵିନ୍ ଏକମାତ୍ର ଭାରତୀୟ ବୋଲର ଯିଏକି ଦ୍ଵିତୀୟ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ ପାଟ କମିନ୍ସ ମଧ୍ୟ ପୁଣି ଥରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ହସନ ଅଲି, ନୌମାନ ଅଲି ଏବଂ ଶାହୀନ ଆଫ୍ରିଦି ଜିମ୍ବାଓ୍ବେ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ରେ ୫ଟି ଲେଖାଁଏ ଓ୍ବିକେଟ୍ ଅକ୍ତିଆର କରିଥିଲେ। ପାକିସ୍ତାନ ଟିମ୍ର ପ୍ରଥମ ଥର ତିନି ଜଣ ବାମହାତି ଦ୍ରୁତ ବୋଲର ଗୋଟିଏ ମ୍ୟାଚ୍ରେ ୫ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି। ହସନ ଅଲି ୬ଟି ସ୍ଥାନ ଲମ୍ଫ ମାରି ୧୪ ତମ ସ୍ଥାନରେ ପହଞ୍ଚିଥିବା ବେଳେ ଶାହୀନ ଆଫ୍ରିଦି ୮ଟି ସ୍ଥାନ ଉପରକୁ ଉଠି ୨୨ ତମ ସ୍ଥାନରେ ପହଞ୍ଚିଛନ୍ତି। ନୌମାନ ଅଲି ୫୪ ତମ ସ୍ଥାନରୁ ଉପରକୁ ଉଠି ୪୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଜିମ୍ବାଓ୍ବେ ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ ଦ୍ବିଶତକ ଲଗାଇଥିବା ଆବିଦ ଅଲି ୩୮ଟି ସ୍ଥାନ ଲମ୍ଫ ଲଗାଇ ୪୦ ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଟେଷ୍ଟରେ ଶତକ ଲଗାଇଥିବା ଅଜହର ଅଲି ୧୬ ତମ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ନମ୍ବର ୧ ପୋଜିସନ୍ରେ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲାଣ୍ଡ ଦ୍ବିତୀୟ ଏବଂ ଅଷ୍ଟେ୍ରଲିଆ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥ ଏବଂ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି ।