ଆଇସିସି ଟି-୨୦ ରାଙ୍କିଂ : ଟପ୍- ୭ରେ ପହଞ୍ଚିଲେ ଇଶାନ କିଷନ
![](https://thetruths.in/wp-content/uploads/2022/06/Ishan-Kisan-1024x576.jpg)
ନୂଆଦିଲ୍ଲୀ: ଆଇସିସି ଟି-୨୦ ରାଙ୍କିଂରେ ଇଶାନ କିଷନଙ୍କ ଜବରଦସ୍ତ ଲମ୍ବ ଡିଆଁ। ୬୮ ପଏଣ୍ଟ ବୃଦ୍ଧି ପାଇଁ ଟପ୍-୧୦ ବ୍ୟାଟରଙ୍କ ମଧ୍ୟରୁ ୭ ନମ୍ବରରେ ପହଞ୍ଚିଲେ ଇଶାନ। ଜଣିଏ ଭାରତୀୟ ବ୍ୟାଟର ଭାବେ ଇଶାନ-କିଷନ ମୁଖ୍ୟ ୧୦ ବ୍ୟାଟରଙ୍କ ତାଲିକାରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ଇଶାନ-କିଷନଙ୍କ ପ୍ରଦର୍ଶନ ଭଲ ରହିଛି। ଅନ୍ୟ ଭାରତୀୟ ଖେଳାଳିଙ୍କ ଠାରୁ ସେ ସବୁଠାରୁ ଅଧିକ ରନ୍ କରିଛନ୍ତି। ୩ ମ୍ୟାଚ୍ରେ ୧୬୪ ରନ୍ କରିଥିବା ବେଳେ ଏଥିରେ ଦୁଇଟି ଅର୍ଦ୍ଧଶତକ ରହିଛି। ଆଇପିଏଲ୍ରେ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଇଶାନ କିଷନ ଭଲ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ୮୯ ରନ୍ କରିଥିଲେ। ତେବେ ଆଇପିଏଲ୍ରେ ମୁମ୍ବାଇ ତାଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଥିଲେ। ଏଥିରେ ଦୁଇଟି ମ୍ୟାଚ୍ରେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ପ୍ରାୟ ଅନ୍ୟସବୁ ମ୍ୟାଚ୍ରେ ସଫଳତା ପୂର୍ବକ ବ୍ୟାଟିଂ କରିପାରି ନଥିଲେ।
ଅନ୍ୟପଟେ ଆଇସିସି ଟି-୨୦ ରାଙ୍କିଂର ଟପ୍-୧୦ ବ୍ୟାଟରଙ୍କ ମଧ୍ୟରେ ପାକିସ୍ତାନୀ ବ୍ୟାଟର ବାବର ଆଜମ ନମ୍ବର ୱାନ୍ରେ ରହିଥିବା ବେଳେ ତାଙ୍କ ସହ ଓପନିଂ କରୁଥିବା ରିଜୱାନ ନମ୍ବର ୨ରେ, ଦକ୍ଷିଣ ଆଫ୍ରିକା ବ୍ୟାଟର ଆଦେନ ମାକ୍ରମ ନମ୍ବର ୩ର ଓ ଅଷ୍ଟ୍ରେଲିଆ ବ୍ୟାଟର ଆରୋନ ଫିଞ୍ଚନମ୍ବର ୫ରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର ଡେଭୋନ୍ କୋନୱେ ୬ଷ୍ଠ, ଭାରତର ଇଶାନ କିଷାନ ସପ୍ତମ ସ୍ଥାନରେ ରହିଛନ୍ତି। ଅନ୍ୟ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଲୋକେସ ରାହୁଲ ୧୪ତମ ସ୍ଥାନରେ ରହିଥିବା ବେଳେ, ରୋହିତ ଶର୍ମା୧୬ ଏବଂ ଶ୍ରେୟସ ଆୟର ୧୭ତମ ସ୍ଥାନରେ ରହିଛନ୍ତି ।
ସେହିପରି ବୋଲର ରାଙ୍କିଂରେ ଶ୍ରୀଲଙ୍କା ବୋଲରମାନଙ୍କର ପ୍ରଦର୍ଶନ ଭଲ ରହିଛି। ଶ୍ରୀଲଙ୍କା ସ୍ପିନର ମହୀଶ ଥୀକଶାନ ୧୬ ପଏଣ୍ଟ ପାଇଁ ଅଷ୍ଟମ ସ୍ଥାନରେ ରହିଛନ୍ତି। ତେବେ ନ୍ୟୁଜିଲାଣ୍ଡର ଭେଟେରାନ ମାର୍ଟିନ ଗୁପ୍ଟିଲ ଦୁଇଟି ସ୍ଥାନ ତଳକୁ ଖସିଛନ୍ତି। ୬୫୮ପଏଣ୍ଟ ସହ ସେ ଟପ୍ ବୋଲରଙ୍କ ରାଙ୍କରେ ଶେଷ ନମ୍ବର-୧୦ରେ ରହିଛନ୍ତି। ଭାରତର ଭୁବନେଶ୍ୱର କୁମାର ପଏଣ୍ଟରେ ବୃଦ୍ଧି ହୋଇଛି। ସେ ୭ଟି ସ୍ଥାନ ଉପରକୁ ଉଠି ରାଙ୍କିଂରେ ୧୧ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ୟୁଜବେନ୍ଦ୍ର ଚହଲ ୪ଟି ସ୍ଥାନ ଉପରକୁ ଉଠି ୨୬ତମ ସ୍ଥାନରେ ରହିଛନ୍ତି। ତେବେ କୌଣସି ଭରତୀୟ ବୋଲର ଟପ୍-୧୦ ସ୍ଥାନ ସୁରକ୍ଷିତ କରିପାରି ନହାନ୍ତି। ଅଲ୍ରାଉଣ୍ଡରେ ଆଫଗାନିସ୍ତାନର ମହମ୍ମଦ ନବୀ ନମ୍ବର ୱାନ୍ରେ ରହିଥିବା ବେଳେ ବାଂଲାଦେଶର ଶକିବ ଅଲ ହସନ ଦୁଇ ନମ୍ବରରେ ରହିଛନ୍ତି। ବୋଲିଂରେ ରାଙ୍କିରେ ବ୍ୟାତୀ ଅଲ୍ରାଉଣ୍ଡର ରାଙ୍କିଂରେ ୱାନିନ୍ଦୁ ହସରଙ୍ଗା ଦଶ ନମ୍ବର ସ୍ଥାନରେ ରହିଛନ୍ତି।