ଡାକ୍ତରଖାନାରେ ପଡିଛି ସ୍ୱାମୀର ମୃତଦେହ, ଫେରାର ମାରିଲା ସ୍ତ୍ରୀ
![](https://thetruths.in/wp-content/uploads/2022/05/Dead-body-3.jpg)
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବଲାଙ୍ଗିର : ସ୍ୱାମୀର ମୃତ୍ୟୁ ପରେ ଡାକ୍ତରଖାନାରୁ ଫେରାର ମାରିଲା ସ୍ତ୍ରୀ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଡାକ୍ତରଖାନାରେ ପଡିଛି ସ୍ୱାମୀର ମୃତଦେହ । କଟକରୁ ମୃତକଙ୍କ ପରିବାର ଲୋକ ପହଞ୍ଚି ସାରିଛନ୍ତି ହେଲେ ସ୍ୱାମୀର ମୃତଦେହ ପାଖ ମାଡୁନାହିଁ ଚାକିରିଆ ସ୍ତ୍ରୀ । ବଲାଙ୍ଗିର ଜିଲା ପାଟଣାଗଡ ଥାନା ଅଂଚଳରେ ଏଭଳି ଘଟଣା ଆଜି ସାମ୍ନା କୁ ଆସିବା ପରେ ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ପୁଣି କଳିଙ୍କିତ ହୋଇଛି । ଏପଟେ ଏହି ଘଟଣା ଉପରେ ହତ୍ୟା ସନ୍ଦେହ ଦୃଢିଭୂତ ହେଉଥିବା ବେଳେ ମୃତକ ଙ୍କ ପରିବାର ବର୍ଗ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।