ବିପୁଳ ମାଓ ସାମଗ୍ରୀ ଜବତ
![](https://thetruths.in/wp-content/uploads/2022/11/Mao-Material-Seized-1024x768.jpg)
ଭବାନୀପାଟଣା : କଳାହାଣ୍ଡି ଜିଲାର ଏମ.ରାମପୁର ପୋଲିସ ଷ୍ଟେସନ ଅଧୀନରେ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରୁ ସଶସ୍ତ୍ର ସିପିଆଇ ମାଓବାଦୀ ଗୋଷ୍ଠୀର ଗତିବିଧି ବିଷୟରେ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଗତ ୩ ତାରିଖରେ ସିପିଆଇ (ମାଓବାଦୀ)ଙ୍କୁ ଧରିବା ପାଇଁ ଡିଭିଏଫ ସମେତ ଏସଓଜି ଦଳଗୁଡିକୁ ନିୟୋଜିତ କରି ଏକ ଆଂଟି ମାଓବାଦୀ ଅପରେସନ୍ ଆରମ୍ଭ କରାଯାଇଥିଲା । ଗାଁ କାଲେସୁର ନିକଟରେ ଅପରେସନ୍ ଚାଲିଥିବା ସମୟରେ ଘନ ବୁଦା ଏବଂ କଠିନ ଅଂଚଳର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ ।
ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ, ଦୁଇ ଗୋଟି କମ୍ବଳ, ଗୋଟେ କୁରା, ଗୋଟେ ଜ୍ୟାମିତି ବାକ୍ସ, କାନ ରିଙ୍ଗ ଏକ ଯୋଡି, ଟ୍ରାନଜିଷ୍ଟର, ଅଲିଭ୍ ଗ୍ରୀନ୍ ସାର୍ଟ, ୫ ମିଟର ବିଦ୍ୟୁତ ତାର, ସିଭିଲ୍ ପୋଷାକ ଗୋଟେ ଯୋଡି, ଆଖି ଡ୍ରପ୍ (ମେଡିସିନ୍) ୭ ଗୋଟି, ଗୋଟିଏ ଟ୍ରାନଜିଷ୍ଟର ଥଳି, ମାଓବାଦୀ ସାହିତ୍ୟ (ପାମ୍ପଲେଟ୍), ୩ଟି ମାଓବାଦୀ ପୁସ୍ତକ, ଗୋଟିଏ ପ୍ଲାଷ୍ଟିକ୍ ଡ୍ରମ୍ ଉଦ୍ଧାର କରାଯାଇଥିବା ନେଇ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।