ହନିଟ୍ରାପ କୁଇନ ଇରାନୀ ମାମଲା : ଡେଟିଂ ସାଇଟର ଆକ୍ଟିଭ ମେମ୍ବର ରହିବା ସହ ମୁହଁରେ ମାସ୍କ ପିନ୍ଧି କରୁଥିଲା ନ୍ୟୁଡ଼ କଲ
ଭୁବନେଶ୍ବର : ହନିଟ୍ରାପ କୁଇନ ଇରାନୀ ପାତ୍ର କାରନାମା ମାମଲା । ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ ପାତ୍ର। ମୁହଁରେ ମାସ୍କ ପିନ୍ଧି ନ୍ୟୁଡ଼ କଲ କରୁଥିଲା । ଫୁଙ୍ଗୁଳା ଦେହରେ ବଡ଼ବଡ଼ିଆଙ୍କୁ କରୁଥିଲା ଭିଡିଓ କଲ। ପରେ ଏହାର ସ୍କିନ ରେକର୍ଡ କରି ଚଳାଇଥିଲା ବ୍ଲାକମେଲ ସାମ୍ରାଜ୍ୟ । କଥା ହେବା ବେଳେ ନିଜକୁ ଟେଲି ଅଭିନେତ୍ରୀ ବୋଲି ଦର୍ଶାଉଥିଲା ଇରାନୀ। ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ବ୍ୟବହାର କରୁଥିଲା ହନିଟ୍ରାପ କୁଇନ। ନ୍ୟୁଡ଼ ଭିଡିଓ କଲ ନେଲେ ନିଜେ ମଦ ପିଉଥିଲା ଇରାନୀ।
ସ୍ୱାମୀ ନିଶିକାନ୍ତ ପାତ୍ରକୁ ରିମାଣ୍ଡରେ ଆଣି ଜେରା କରିବ ତମାଣ୍ଡୋ ପୋଲିସ। ଭୁବନେଶ୍ୱର ଏସଡିଜେଏମ ରେ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି। ରିମାଣ୍ଡରେ ଆସିବା ପରେ ଠକେଇ ସାମ୍ରାଜ୍ୟର ଗୁମର ଖୋଲିବ। ସେହିପରି ପୋଲିସ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ ଥିବା ଡିଭାଇସ୍ ଖୋଜୁଛି ପୋଲିସ। ୫ ଅଭିଯୁକ୍ତଙ୍କ ସିଡ଼ିଆର ଆନାଲିସିସ ପାଇଁ ଚାଲିଛି ଖୋଳତାଡ଼। ଆକାଉଣ୍ଟ ଟ୍ରାଞ୍ଜକ୍ସନ ଯାଞ୍ଚ ପାଇଁ ବ୍ୟାଙ୍କକୁ ଲେଖାଯାଇଛି ଚିଠି।