ସପ୍ତାହାନ୍ତ ସଟଡାଉନ ସମୟରେ ଜନସାଧାରଣ ସହାୟତା କରନ୍ତୁ : ପୋଲିସ କମିସନର
ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସହରରେ ଶନିବାର ଓ ରବିବାର ସକାଳୁ ସଟଡାଉନ ସମୟରେ ଏକ ଘଣ୍ଟା କୋହଳ କରାଯାଇଛି। ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ମଧ୍ୟରେ ମର୍ଣ୍ଣିଂ ୱାକ୍ କରିପାରିବେ। ସଟଡାଉନ୍କୁ କଡ଼ାକଡ଼ି ଲାଗୁ କରିବାକୁ ପୋଲିସ ପ୍ରସ୍ତୁତ ରହିଛି। ସପ୍ତାହାନ୍ତ ସଟଡାଉନ ସମୟରେ ଜନସାଧାରଣ ସହାୟତା କରନ୍ତୁ ବୋଲି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କଟକ ଓ ଭୁବନେଶ୍ୱର ନାଗରିକ ମାନଙ୍କୁ ଆଜି ରାତିଠାରୁ ସପ୍ତାହନ୍ତ ସଟଡାଉନକୁ ପାଳନ କରି ପୁଲିସକୁ ସହଯୋଗ କରନ୍ତୁ। ଆମେ ସବୁ ବେଳେ କହିରଖୁଛୁ ଯେ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ଫ୍ୟୁ ପୂର୍ବରୁ ଖୋଲାଥିବା ଦେକାନ ବଜାରଗୁଡ଼ିକୁ ବନ୍ଦ କରୁଛୁ। ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ, ପୋଲିସକୁ ସହଯୋଗ କରନ୍ତୁ। କଟକରେ ୧୨ ପ୍ଲାଟୁନ୍ ଓ ଭୁବନେଶ୍ବରରେ ୨୦ ପ୍ଲାଟୁନ ପୁଲିସ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ୱରରେ ୧୫୦ ଜଣ ଏବଂ କଟକରେ ୧୦୦ ଜଣ ପୁଲିସ ଅଧିକାରୀ କାମ କରୁଛନ୍ତି। କଟକରେ ୨୫ଟି ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି। ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ।