ଉପର ମୁଣ୍ଡରେ ପ୍ରବଳ ବର୍ଷା, ୬ ଟି ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର : ଉପର ମୁଣ୍ଡରେ ପ୍ରବଳ ବର୍ଷା । ଫଳରେ ପୁଣି ଗେଟ୍ ଖୋଲିଲା ହୀରାକୁଦ୍ । ହୀରାକୁଦର ୬ ଟି ଗେଟ୍ ଖୋଲାଯାଇଛି । ବାମ ପାର୍ଶ୍ୱର ୪ ଓ ଡାହଣ ପାର୍ଶ୍ୱର ୨ ଟି ଗେଟ୍ ଖୋଲାଯାଇଛି ।
ସୂଚନା ଯେ, ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ତେବେ ଏନେଇ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟରେ ବନ୍ୟା ସ୍ଥିତି ନଥିବା ଗତ ୧୭ ତାରିଖରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଥିଲେ।