ରାତିରେ ଶୋଇଥିବା ବେଳେ ଠାକୁର ପୂଜା କରୁଥିବାର ସ୍ଵପ୍ନ ଦେଖିଛନ୍ତି କି? ତେବେ ଜାଣନ୍ତୁ କ’ଣ ହେବ
ଶୋଇଲା ବେଳେ ଆମେ ଅନେକ ପ୍ରକାର ସ୍ଵପ୍ନ ଦେଖିଥାନ୍ତି। କେତେବେଳେ ଭଲ ଭଲ ସ୍ଵପ୍ନ ତ କେତେବେଳେ ଦୁଃସ୍ଵପ୍ନ। ଆମେ ଏ ସବୁକୁ ସାଧାରଣତଃ ଗୁରୁତ୍ୱ ଦିଅନ୍ତି ନାହିଁ। କେତେକ ଖରାପ ସ୍ଵପ୍ନ ଦେଖିଲେ ଖୁବ୍ ଡରି ଯାଇଥାନ୍ତି। ଆଉ କେତେକ କହନ୍ତି, ସକାଳୁ ସକାଳୁ ଯଦି ଆପଣ କିଛି ସ୍ଵପ୍ନ ଦେଖୁଛନ୍ତି, ତେବେ ତାହା ସତ ହୋଇଯାଏ। କିନ୍ତୁ ଏହାର ସତ୍ୟତା ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ।
କିଛି ଶାସ୍ତ୍ରବିତଙ୍କ କହିବା ଅନୁଯାୟୀ, କିଛି ସ୍ଵପ୍ନ ଅଛି ଯାହା ଆପଣଙ୍କ ଜୀବନରେ ସତ ହୋଇଯାଏ। ଅର୍ଥାତ ଆମ ଜୀବନରେ ସ୍ଵପ୍ନର ପ୍ରଭାବ ରହିଛି। ସେମାନଙ୍କ କହିବା କଥା, ଯଦି ଆପଣ ରାତିରେ ଶୋଇଥିବା ବେଳେ ଠାକୁର ପୂଜା କରିବାର ସ୍ଵପ୍ନ ଦେଖନ୍ତି, ତେବେ ତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆପଣଙ୍କ ଜୀବନରେ ରହିଛି। ଆପଣ ସ୍ଵପ୍ନରେ ଦେଖୁଛନ୍ତି ଯେ, ଠାକୁର ଘରେ ବସିଛନ୍ତି, ଘଣ୍ଟ ଓ ଫୁଲଥାଳି ଧରି ଠାକୁରଙ୍କୁ ପୂଜା କରୁଛନ୍ତି, ତେବେ ଏପରି ସ୍ଵପ୍ନ ଦେଖିବାର ବର୍ଷକ ପରେ ହିଁ ଆପଣଙ୍କ ଜୀବନରେ ପ୍ରଭାବ ଆରମ୍ଭ ହେବ।