ହରିୟାଣାରେ ବ୍ଲାକ ଫଙ୍ଗସ ଆତଙ୍କ : ଦିନକରେ ୧୮ ମୃତ, ୧୩୩ ସଂକ୍ରମଣ
ହରିୟାଣା : ମହାମାରୀ କରୋନା ପରେ ଏବେ ରୋଗୀଙ୍କ ପ୍ରତି ବିପଦ ବଢାଇଛି ବ୍ଲାକ ଫଙ୍ଗସ୍ । ଏହି ପରିପ୍ରେକ୍ଷୀରେ ହରିୟାଣାରେ ଶୁକ୍ରବାର ଦିନକରେ ୧୩୩ ଟି ନୂଆ ବ୍ଲାକ ଫଙ୍ଗସ୍ ଚିହ୍ନଟ ହୋଇଥିବା ବେଳେ ୧୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମାମଲା ୭୫୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬୪୮ରୋଗୀ ବିଭିନ୍ନ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବାବେଳେ ଏପର୍ଯ୍ୟନ୍ତ ୫୮ ରୋଗୀ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ଗୁରୁବାର ଦିନ ବ୍ଲାକ୍ ଫଙ୍ଗସରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୨ଥିବାବେଳେ ମୋଟ ମାମଲା ୬୨୩ ଥିଲା। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅମ୍ବାଲାରେ ୭, ଭବାନୀ ୯, ଫରିଦାବାଦ ୪୮, ଫତେହାବାଦ ୧୨, ଗୁରୁଗ୍ରାମ ୨୧୬, ହିସାର ୧୭୯, ଯମୁନାନଗର-କୁରୁକ୍ଷେତ୍ର ୧-୧ କର୍ଣ୍ଣଲ ୨୭, ପଞ୍ଚକୁଲାରେ ୫ , ପାନିପତରେ ୩୪, ରେୱାରୀ ୫, ରୋହତକ ୧୪୫, ସିର୍ସାରେ ୩୯ଟି ବ୍ଲାକ ଫଙ୍ଗସ୍ ମାମଲା ରହିଛି । ଏଥିମଧ୍ୟରୁ ଫରିଦାବାଦ, ଫତେହାବାଦ ୪, ଗୁରୁଗ୍ରାମ ୩୩, ହିସାର ୫, କର୍ଣ୍ଣଲ, ୨ ରୋହତକ ୧ ଏବଂ ୧୨ ଜଣ ରୋଗୀ ସିର୍ସାରେ ଆରୋଗ୍ୟ ଲାଭ କରିଛନ୍ତି ।