ଏହି ଦିନଠାରୁ ଆରମ୍ଭ ହେଉଛି ଗୁରୁ ଚଣ୍ତାଳ ଯୋଗ, ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ
![](https://thetruths.in/wp-content/uploads/2023/04/Guru-Chandal-Yog-1024x723.jpg)
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି, ଏହି କାରଣରୁ ଅନେକ ପ୍ରକାରର ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୨ ଏପ୍ରିଲଠାରୁ ଗୁରୁ ଚଣ୍ତାଳ ଯୋଗ ଗଠିତ ହେବାକୁ ଯାଉଛି। ବୃହସ୍ପତି ଓ ରାହୁ ଏକତ୍ର ହେଲେ ଏହି ସମୟରେ ଗୁରୁ ଚଣ୍ତାଳ ଯୋଗ ସୃଷ୍ଟି ହୋଇଥାଏ । ପ୍ରକାଶ ଥାଉ କି, ଗୁରୁ ଓ ରାହୁଙ୍କ ଏହି ସଂଯୋଗ ୭ ମାସ ପର୍ଯ୍ୟନ୍ତ ଚାଲିବ। ଫଳରେ ଏହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ପଡ଼ିବ । ଏହି ଗୁରୁ ଚଣ୍ତାଳ ଯୋଗ କାହା ପାଇଁ ସାଧାରଣ ତ କାହା ପାଇଁ ଅଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା ଏହି ଯୋଗ କେଉଁ ରାଶି ପାଇଁ ସମସ୍ୟା ସୃଷ୍ଟି କରିବ ।
ଏହି ସବୁ ରାଶିଙ୍କ ଉପରେ ପଡ଼ିପାରେ ଖରାପ ପ୍ରଭାବ :
ମେଷ : ଗୁରୁ ଚଣ୍ତାଳ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିପାରେ। ଏହି ରାଶିର ଲୋକମାନଙ୍କୁ ଶାରୀରିକ ଯନ୍ତ୍ରଣା ବା କଷ୍ଟର ସାମ୍ନା କରିବାକୁ ପଡି଼ପାରେ । ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ମନରେ ଭ୍ରାନ୍ତ ଧାରଣା ଆସିପାରେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ମିଥୁନ : ମିଥୁନ ରାଶିର ଲୋକମାନଙ୍କ ଉପରେ ଏହି ଗୁରୁ ଚଣ୍ତାଳ ଯୋଗର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇପାରେ । ଅଶୁଭ ଖବର ମିଳିବା ନେଇ ସଙ୍କେତ ମିଳୁଛି । କୌଣସି କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ଧର୍ଯ୍ୟର ସହିତ କାମ କରନ୍ତୁ, କାରଣ ଏହା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।
ଧନୁ ରାଶି : ଗୁରୁ ଚଣ୍ତାଳ ଯୋଗ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଭୁଶ ଫଳ ପ୍ରଦାନ କରିପାରେ । ଏହି ରାଶିର ଲୋକମାନେ ଯାନବାହାନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଏହି ସମୟରେ ଧର୍ଯ୍ୟର ସହିତ କାମ କରନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡି଼ପାରେ । କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିପାରେ । ଘରେ ଅଶାନ୍ତି ଲାଗି ରହିବ । ଦମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିପାରେ ।