ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ; ସାମିଲ ହେବେ କେବଳ ପୋଲିସ୍ କର୍ମଚାରୀ
ଭୁବନେଶ୍ୱର : ମହାମାରୀ କରୋନା ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସବୁ ଜିଲାପାଳଙ୍କୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରେଡରେ କେବଳ ପୁଲିସ ଟିମ୍ ହିଁ ଭାଗ ନେବେ। ଏଥର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟଙ୍କୁ ଅନୁମତି ମିଳିବ ନାହିଁ। କୌଣସି ସାଧାରଣ ଲୋକ ସମାରୋହକୁ ଆସିବେନି ବୋଲି ସୂଚନା ମିଳିଛି।
ଗଣତନ୍ତ୍ର ଦିବସ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୬ ସକାଳ ସାଢେ ୮ଟା ପରେ ପତାକା ଉତୋଳନ ହେବ ଏବଂ ଜାତୀୟ ସଂଗୀତ ଗାନ କରାଯିବ । କେବଳ ପୋଲିସ କର୍ମଚାରୀ ଉତ୍ସବରେ ସାମିଲ ହୋଇପାରିବେ । ଛାତ୍ରଛାତ୍ରୀ ତଥା ଏନସିସି କ୍ୟାଡେଟ୍ ମାନେ ଅଂଶଗ୍ରହଣ କରିବେ ନାହିଁ । ଅଳ୍ପ ସଂଖ୍ୟକ ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ପାଇଁ ମିଳିବ ଅନୁମତି । ଜନସାଧାରଣ ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ।