ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ ବ୍ୟାକ! ପ୍ରଯୋଜନାରେ ପାଦ ଥାପିଲେ ଝିଲିକ
ଭୁବନେଶ୍ୱର : ଅଭିନୟରେ ଝିଲିକ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ । ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ ବ୍ୟାକ କରିଛନ୍ତି । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ । ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର ନାମ ଘୋଷଣା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି । ନିଜେ ପରିକଳ୍ପନା କରିବା ସହ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱରେ ଅଛନ୍ତି ନିଜେ ଅଭିନେତ୍ରୀ ଝିଲିକ୍ ।
ପ୍ରଥମେ ବାଙ୍ଗୀୟ ଚଳଚ୍ଚିତ୍ର “ତେମାୟା ଭଲୋ ପାସି’ ଜରିଆରେ ଅଭିନୟ ଜଗତକୁ ଏଣ୍ଟ୍ରି ମାରିଥିବାବେଳେ ସେହି ବର୍ଷ ଅମ୍ଲାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର “ଟାର୍ଗେଟ’ରେ ଦର୍ଶକ ଦେଖି ଥିଲେ ତାଙ୍କୁ । ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି । ଚଳଚ୍ଚିତ୍ର “ରୁଦ୍ରାଣୀ’ ହେବ ତାଙ୍କର ୧୫ ତମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଦିଆଯିବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାନୁଆରୀ ୧୦ରୁ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା । ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପରେ ଅଛନ୍ତି ଡକ୍ଟର ରଜନୀ ରଞ୍ଜନ, ପ୍ରଡକ୍ସନ ଡିଜାଇନର ଅଛନ୍ତି ଋତୁରାଜ୍ । ଅଭିନୟରେ ଅଛନ୍ତି ଝିଲିକ, ମଣ୍ଟୁ, ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁନୀତା ପ୍ରମୁଖ । ଝିଲିକ ମୋସନ ପିକର୍ସକୁ ସମାଜସେବୀ ପ୍ରତିମା ଘଡେଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଅକ୍ଷୟ ପରିଜା, ସଞ୍ଜୟ ନାୟକ (ଟୁଟୁ)ପ୍ରମୁଖ ଯୋଗଦେଇ ଟାଇଟଲ ଉନ୍ମୋଚନ କରିଥିଲେ । ନିଜେ ଝିଲିକ ସାଥି କଳାକାରଙ୍କ ସହ ଫାଷ୍ଟ ଲୁକ ଲୋକାର୍ପଣ କରିଥିଲେ ।