ରାମଲୀଳା ପ୍ରଚାର ସମିତିର ଗ୍ରାମସଭା
କଟକ : ହରିପୁର-ଦୋଳମୁଣ୍ଡାଇ ଗ୍ରାମ କମିଟି ଓ ପତିତପାବନଜୀୟୁ ପରିଚାଳନା କମିଟି ଦୋଳମୁଣ୍ଡାଇର ଅନୁରୋଧ କ୍ରମେ ଆଧ୍ୟାତ୍ମିକ ଅନୁଷ୍ଠାନ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମାରୁତିମଣ୍ଡପ ପକ୍ଷରୁ ଏକ ଗ୍ରାମସଭା ଦୋଳମୁଣ୍ଡାଇ ସ୍ଥିତ ପତିତପାବନଜୀୟୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସମିତିର ସଭାପତି ତଥା ୨୫ ଦିଗଭାଗ ସଂକୀର୍ତନ ମଣ୍ଡଳିର ସର୍ବାଧିକାରୀ ଚୌଧୁରୀ କାଶୀନାଥ ମଲ୍ଲିକ ଯୋଗଦେଇ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସର୍ବବ୍ୟବସ୍ଥାପକ ଗୋପାଳ ଚନ୍ଦ୍ର ମିଶ୍ର ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଲୋକସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ୨୨ଦିଗଭାଗ ସଂକୀର୍ତନ ମଣ୍ଡଳିର କାର୍ଯ୍ୟକାରୀ ସର୍ବାଧିକାରୀ ସୁବାଷ ଚନ୍ଦ୍ର ସାହୁ, ୧୯ଦିଗଭାଗ ସଂକୀର୍ତନ ମଣ୍ଡଳିର ସର୍ବାଧିକାରୀ ବୀରେନ୍ଦ୍ର କୁମାର ସାହୁ, ୧୬ ଦିଗଭାଗ ସଂକୀର୍ତନମଣ୍ଡଳିର ସର୍ବାଧିକାରୀ ରାକେଶ ସାହୁ ଯୋଗଦେଇଥିଲେ । ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ଜଗନ୍ନାଥ ସଂସ୍କୃତି ଆଧାରିତ ଜଗନ୍ନାଥଙ୍କ ଅମୃତବାଣୀ ଉପସ୍ଥିତ ଶ୍ରୋତାଗଣଙ୍କୁ ପାନ କରାଇଥିଲେ । ନିହାର ସାମନ୍ତରାୟ, ଦୈତାରି ସାହୁ, ନକୁଳ ଚନ୍ଦ୍ର ମହାରଣା, ଲକ୍ଷ୍ମୀନାରାୟଣ ମଲ୍ଲିକ, ଶ୍ରୀତମ ଦାସ, ସୋମନାଥ ଦାସ, ନାରାୟଣ ମୁଦୁଲି, ରଶ୍ମିରଂଜନ ମିଶ୍ର, ସି.ଏଚ.ରାମମୋହନ ରାଓ, ସୁର୍ଯ୍ୟମଣି ବେହେରା, ବିଜୟାନନ୍ଦ ପାଇଟାଲ, ଶିବଚରଣ ସିହ୍ନା, ଲକ୍ଷ୍ମୀଧର ସାହୁ, ଅମରେନ୍ଦୁ ମହାନ୍ତି, ଶ୍ରୀକାନ୍ତ ନାୟକ, ଦେବୀପ୍ରସନ୍ନ ମହାପାତ୍ର, ବିଶ୍ୱଜିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।