ଗ୍ରହ ଗୋଚର ୨୦୨୩ : ଚଳନ ବଦଳାଇବେ ୬ଟି ଗ୍ରହ, ଅପାର ଧନ ସମ୍ପତ୍ତିରେ ଭରିଯିବ ଏହି ରାଶିଙ୍କ ଜୀବନ
![](https://thetruths.in/wp-content/uploads/2023/09/Grah-Gochar-2023-1024x576.jpg)
ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପକାଇଥାଏ । ତେବେ ଆସନ୍ତା ଅକ୍ଟୋବର ମାସରେ ବହୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ୧୨ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବା ନେଇ ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ମାସରେ ସୂର୍ଯ୍ୟ, ଶୁକ୍ର, ରାହୁ, କେତୁ ଓ ବୁଧ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହମାନଙ୍କ ଏହି ଗତିବିଧି କିଛି ରାଶି ପାଇଁ ଲାଭବାନ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହ କେଉଁ ରାଶିକୁ ଚଳନ କରିବେ।
କନ୍ୟା ରାଶିକୁ ଚଳନ କରିବେ ବୁଧ :
ଗ୍ରହମାନଙ୍କ ରାଜକୁମାର ବୁଧ ଅକ୍ଟୋବର ୧ ତାରିଖ ରାତି ୮:୨୯ ମିନିଟ୍ ରେ କନ୍ୟା ରାଶିକୁ ଚଳନ କରିବେ ।
ସିଂହ ରାଶିକୁ ଚଳନ କରିବେ ଶୁକ୍ର :
ଦତ୍ୟ ଗୁରୁ ଶୁକ୍ର ଅକ୍ଟୋବର ୨ ତାରିଖ ରାତି ୧୨:୪୩ ମିନିଟ୍ ରେ ସିଂହ ରାଶିକୁ ଚଳନ କରିବେ ।
ତୁଳା ରାଶିକୁ ଚଳନ କରିବେ ମଙ୍ଗଳ :
ଗ୍ରହ ମାନଙ୍କ ସେନାପତି ମଙ୍ଗଳ ଅକ୍ଟୋବର ୩ ତାରିଖ ସନ୍ଧ୍ୟା ୫:୧୨ ମିନିଟ୍ ରେ ତୁଳା ରାଶିରେ ପ୍ରବେଶ କରିବେ ।
ତୁଳା ରାଶିକୁ ଚଳନ କରିବେ ସୂର୍ଯ୍ୟ :
ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅକ୍ଟୋବର ୧୮ ତାରିଖ ଦ୍ବିପ୍ରହର ୧:୧୮ ମିନିଟ୍ ରେ ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।
ତୁଳା ରାଶିକୁ ଚଳନ କରିବେ ବୁଧ :
ବୁଦ୍ଧି ଓ ବାଣୀର କାରକ ବୁଧ ଅକ୍ଟୋବର ୧୯ ଦ୍ବିପ୍ରହର ୧:୦୬ ମିନିଟ୍ ରେ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ ।
ମୀନ ରାଶିକୁ ଚଳନ କରିବେ ରାହୁ :
ରାହୁ ଅକ୍ଟୋବର ୩୦ ତାରିଖ ଦ୍ବିପ୍ରହର ୨:୧୩ ମିନିଟ୍ ରେ ମେଷ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ।
କନ୍ୟା ରାଶିରେ ପ୍ରବେଶ କରିବେ କେତୁ :
କେତୁ ପ୍ରାୟ ଦେଢ ବର୍ଷ ପରେ ତୁଳା ରାଶିକୁ ଚଳନ କରିବାକୁ ଯାଉଛନ୍ତି । ଏହି ଚଳନ ଅକ୍ଟୋବର ୩୦ ତାରିଖ ରାତି 2ଟା ୧୩ ମିନିଟ୍ ରେ ହେବ ।