ଗିଲ୍ଙ୍କ ରେକର୍ଡ଼, ଭାରତ ପକ୍ଷରୁ ସବୁଠୁ କମ୍ ମ୍ୟାଚ୍ ଖେଳି ହାସଲ କଲେ ୬ ଶତକ
ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ହଲକର୍ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ଜାରି ରହିଛି । ଆଜିର ମ୍ୟାଚରେ ଶତକ ମାରି ଶୁବମନ କ୍ୟାରିଅରର ୬ଷ୍ଠ ଶତକ ପୂରଣ କରିଛନ୍ତି । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ । ଭାରତ ପକ୍ଷରୁ ସବୁଠୁ କମ୍ ମ୍ୟାଚ୍ ଖେଳି ସେ ୬ଟି ଶତକ ହାସଲ କରିଛନ୍ତି । ଶୁବମନ ୩୫ଟି ଦିନିକିଆ ଖେଳି ୬ଟି ଶତକ ମାରିଛନ୍ତି । ଏହା ପୂର୍ବରୁ ଶିଖର ଧଓ୍ଵନ ୪୬ଟି ମ୍ୟାଚ୍ ଖେଳି ୬ଟି ଶତକ ପୂରଣ କରିଥିଲେ । ୬ଷ୍ଠ ଶତକ ମାରିବା ସହିତ କ୍ୟାଲେଣ୍ଡର ଇୟରରେ ଶୁବମନ ୫ଟି ଶତକ ପୂରଣ କରିଛନ୍ତି । ଏପର୍ଯ୍ୟନ୍ତ ସେ କ୍ୟାଲେଣ୍ଡର ଇୟରରେ ୧୨୦୦ ରନ୍ ସ୍କୋର କରି ସାରିଛନ୍ତି । ଗିଲ ଏପର୍ଯ୍ୟନ୍ତ ଦିନିକିଆରେ ୧୯୦୦ ରନ୍ ପାର କରିଛନ୍ତି । ଶୁବମନ ଗିଲ୍ ନିଜ କ୍ୟାରିଅରରେ ୧୮ଟି ଟେଷ୍ଟ, ୩୫ଟି ଦିନିକିଆ ଏବଂ ୧୧ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ।
ଏମାନଙ୍କ ପରେ ଅଧିନାୟକ କେଏଲ୍ ରାହୁଲ ୩ଟି ଛକା ଓ ୪ଟି ଚୌକା ସହାୟତାରେ ୩୮ ବଲ୍ ଖେଳି ୫୨ ରନ୍ କରିଥିଲେ । ଯାହା ତାଙ୍କର ୧୫ତମ ଦିନିକିଆ ଅର୍ଦ୍ଧଶତକ । ତେବେ ସୂର୍ଯ୍ୟ କୁମାର ଯାଦବଙ୍କୁ ରୋକିବା ଯେମିତି ଅଷ୍ଟ୍ରେଲିଆ ବୋଲରଙ୍କ କ୍ଷମତା ବାହାରେ ଥିଲା । ସେ ପଡ଼ିଆରେ ବିସ୍ଫୋରଣ କରି ଚାଲିଥିଲେ । ଗ୍ରୀନ୍ଙ୍କ ଓଭରରେ ଲଗାତର ୪ଟି ଛକା ମାରିଥିଲେ । ସେହି ଓଭରରେ ଗ୍ରୀନ୍ ଦେଇଥିଲେ ମୋଟ ୨୬ ରନ୍ କ । ଆଉ ମାତ୍ର ୩୭ଟି ବଲ୍ରେ ୬ଟି ଛକା ଓ ୬ଟି ଚୌକା ମାରି ଅପରାଜିତ ୭୨ ରନ୍ କରିଥିଲେ । ଏହା ସୂର୍ଯ୍ୟ କୁମାରଙ୍କ ଲଗାତର ଅର୍ଦ୍ଧଶତକ । ତାଙ୍କ ସହିତ ରବୀନ୍ଦ୍ର ଜାଡେଜା ୯ ବଲ୍ରେ ୧୩ ରନ୍ କରି ଅପରାଜିତ ଥିଲେ । ଇନ୍ଦୋର ପିଚ୍ରେ ଅଷ୍ଟ୍ରେଲିଆ ବୋଲରଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା । କ୍ୟାମେରୁନ୍ ଗ୍ରୀନ୍ ୧୦୩ ରନ୍ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ । ସିନ୍ ଆବଟ୍ ୯୧ ରନ୍ରେ ଗୋଟିଏ ଓ୍ଵିକେଟ୍ ନେଇଥିବା ବେଳେ ଅନ୍ୟମାନେ ୬୦ରୁ ଅଧିକ ରନ୍ ବ୍ୟୟ କରିଥିଲେ ।