ସିଏମ୍ସି କମିସନରଙ୍କ ଆଚରଣ ନେଇ ବର୍ଷିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
କଟକ : ଲେଡି ଅଫିସର କଣ ଭାବୁଛନ୍ତି ନିଜକୁ.. ମୁଁ ଜଣେ ସିନିୟର ଲୋକ… ହାଓ ଡେୟାର…ମୁଁ ସାତ କିଲୋମିଟର ଚାଲିକି ଆସୁଛି। ହାଓ ଡେୟାର… ଆଇ ଟେଲ୍ ୟୁ…ଟଙ୍କା ଯେମିତି ନିଜର… ଆମେ ରକ୍ତ ଦେଇ କାମ କରିଛୁ। ମୋତେ କଷ୍ଟ ଲାଗୁଛି… ମୁଁ ଜାଣି ପାରୁନି କିଛି… ମୁଁ ସିଏମସି କମିଶନରଙ୍କୁ ଚ୍ୟାଲେଞ୍ଜ କରୁଛି ସେ ନିର୍ବାଚନ ଲଢି ଦେଖାନ୍ତୁ। ଏମିତି କ୍ଷୋଭ ଏବଂ ଶାଣିତ ସ୍ଵରରେ କଟକ ମହାନଗର ନିଗମ କମିଶନରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ-ଚୌଦ୍ଵାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ।
ସାର୍ତ୍ତୋଳ ବାଲିସାହିରେ ମଙ୍ଗଳବାର ବସ୍ତି ଵାସିନ୍ଦା ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ପରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ବର୍ତ୍ତମାନ ବିଧାୟକ ସୌଭିକ୍ ବିଶ୍ବାଳ ବସ୍ତି ବାସିନ୍ଦାଙ୍କୁ ଧରି ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ। ସି ଏମ୍ ସି କମିଶନର ଅନନ୍ୟା ଦାସ ନିର୍ଵାଚିତ ପ୍ରତିନିଧି ତଥା ବିଧାୟକଙ୍କ କଥା ନଶୁଣିଵାରୁ ଏଭଳି ଅଵସ୍ଥା ଉପୁଜିଛି ଵୋଲି ଵିଧାୟକ ଓ ପୂର୍ଵତନ ଵିଧାୟକ ଜିଲ୍ଲାପାଳଙ୍କ ଆଗରେ ଫେରାଦ୍ ହୋଇଥିଲେ। ନିଜର ଅହଙ୍କାରୀ ସ୍ବଭାଵ ଯୋଗୁଁ କମିଶନର ଵିଧାୟକଙ୍କ ଲିଖିତ ଅଭିଯୋଗ ପ୍ରତି ମଧ୍ୟ ଧ୍ୟାନ ଦେଉନଥିବା ଉଭୟ ଅଭିଯୋଗ କରିଛନ୍ତି। ସେପଟେ ସି ଏମ୍ ସି କମିଶନରଙ୍କ ଏଭଳି ମନୋଭାବ ରହିଲେ,ଆଗକୁ ପରିସ୍ଥିତି ଯାହା ହେଵ ସେଥିପାଇଁ କମିଶନର ଅନନ୍ୟା ଦାସ ଦାୟୀ ରହିଵେ ଵୋଲି ଵିଧାୟକ ଓ ପୂର୍ଵତନ ଵିଧାୟକ ଜିଲ୍ଲାପାଳଙ୍କୁ କହିଛନ୍ତି।