ପୂର୍ବତନ ବିଧାୟକ ଏମଭି ପ୍ରସାଦଙ୍କୁ କୋର୍ଟରେ ହାଜର କରାଇଲା ଇଓଡବ୍ଲ୍ୟୁ
କଟକ : ଚିଟଫଣ୍ଡ ମାମଲାରେ ବନ୍ଧା ହୋଇଥିବା ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ କୋର୍ଟରେ ହାଜର । ମଙ୍ଗଳବାର କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ହାଜର କରାଇଲା ଇଓଡବ୍ଲ୍ୟୁ । ଏମ୍.ଭି ପ୍ରସାଦ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ । ଇଓଡବ୍ଲ୍ୟୁ ତାଙ୍କୁ ବିଶାଖାପାଟଣାରୁ ତାଙ୍କୁ ଗିରଫ କରିଥିଲା । ପ୍ରସାଦଙ୍କ ନାଁରେ ୧୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଥିବା ଜଣା ପଡିଛି ।
ସୂଚନା ମୁତାବକ, ୨୦୧୯ ଚିଟ୍ଫଟ୍ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ବିଶାଖାପାଟନାରୁ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଛି । ସୋମବାର କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ଏବଂ ବିଶାଖାପାଟଣା ପୋଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍ଭି ପ୍ରସାଦଙ୍କ ଘରେ ରେଡ୍ କରିଥିଲା । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଂଚ ହାତରେ ଲାଗିଛି । ଏଥିସହ ଘରେ ଚଢ଼ାଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଂଚ । ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଂଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଂଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍?ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି ।