ଏଫଆଇଏଚ ମହିଳା ନେସନସ କପ୍ ହକି : ଭାରତ ଚାମ୍ପିଅନ
![](https://thetruths.in/wp-content/uploads/2022/12/FIH-Womens-Nations-Cup-Hockey-Champion.jpg)
ଭୁବନେଶ୍ୱର : ସ୍ପେନରେ ଚାଲିଥିବା ପ୍ରଥମ ଏଫଆଇଏଚ ମହିଳା ନେସନସ କପ୍ ହକି ଫାଇନାଲରେ ସ୍ପେନକୁ ହରାଇ ଭାରତ ଚାମ୍ପିଅନ ହୋଇଛି । ଫାଇନାଲରେ ଭାରତ, ସ୍ପେନକୁ ଏକମାତ୍ର ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିବା ସହ ୨୦୨୩-୨୪ ପ୍ରୋ ହକି ଲିଗ୍ ପାଇଁ ଯୋଗ୍ୟତା ହାସଲ କରିଛି । ସବିତା ପୁନିଆଁ ନେତୃତ୍ଵାଧୀନ ଭାରତୀୟ ମହିଳା ହକି ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରେକର୍ଡ ସହ ଚାମ୍ପିଅନ ହୋଇଛି ।
ସେମିଫାଇନାଲରେ ଭାରତ, ଆୟାରଲ୍ୟାଣ୍ଡକୁ ପେନାଲଟି ସୁଟ ଆଉଟରେ ୨-୧ରେ ହରାଇଥିବା ବେଳେ ସ୍ପେନ, ଜାପାନକୁ ୧-୦ ଗୋଲରେ ପରାସ୍ତ କରିଥିଲା ।