ଏଏସପିଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ
ଗଞ୍ଜାମ : ବ୍ରହ୍ମପୁର ଏଏସପି ଅସୀମ କୁମାର ପଣ୍ଡାଙ୍କ ନାମରେ କେହି ଜଣେ ଦୁର୍ବୃତ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏନେଇ ଏଏସପି ଶ୍ରୀ ପଣ୍ଡା ସାଇବର ଥାନା ପୋଲିସକୁ ଜଣାଇବା ସହ ଉକ୍ତ ଆକାଉଂଟକୁ ବ୍ଲକ କରିବାକୁ ଜଣାଇଛନ୍ତି । କୌଣସି ବ୍ୟକ୍ତି ସେହି ଆକାଉଣ୍ଟକୁ ପଠାଉଥିବା ବାର୍ତାକୁ ଗ୍ରହଣ ନକରିବା ଏବଂ ଟଙ୍କା ମାଗିଲେ ନଦେବା ପାଇଁ ଏଏସପି ଶ୍ରୀ ପଣ୍ଡା ସାମାଜିକ ଗଣମାଧ୍ୟମରେ ନିଜେ ଏକ ବାର୍ତା ପୋଷ୍ଟ କରି ଲୋକଙ୍କୁ ସତର୍କ କରାଇଛନ୍ତି । ସତର୍କ ରୁହନ୍ତୁ, ଯଦି ମେସେଜ୍ କରି କେହି ଟଙ୍କା ମାଗେ, ତେବେ ସାଇବର୍ ପୋଲିସକୁ ତୁରନ୍ତ ଜଣାଇବା ପାଇଁ ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ସେ ଲୋକଙ୍କୁ ସଚେତନ କରାଇଛନ୍ତି ।