ଇନକମ ଟ୍ୟାକ୍ସ ସମ୍ପର୍କିତ କାମର ଅବଧି ବୃଦ୍ଧି
ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ସରକାର କରଦାତାଙ୍କ ଲାଗି କିଛି ଆଶ୍ୱସ୍ତି ଘୋଷଣା କରିଛନ୍ତି । ସରକାର ଇନକମ ଟ୍ୟାକ୍ସ ସଂପର୍କିତ କାମର ଅବଧି ବଢ଼ାଇ ଦେଇଛନ୍ତି । ଯେପରିକି ଟିଡିଏସ ଦାଖଲ କରିବା ପାଇଁ କରଦାତାଙ୍କ ପାଖରେ ଅଧିକ ସମୟ ରହିବ । ଏଥି ସହିତ ପ୍ରଥମ ଥର ଘର ଘର କିଣୁଥିବା ଲୋକଙ୍କୁ ଟ୍ୟାକ୍ସ ଆଶ୍ୱସ୍ତି ଆଗକୁ ବଢ଼ାଇ ଦେଇଛନ୍ତି ।
ଆର୍ଥିକ ବର୍ଷ ୨୦୨୦-୨୧ର ଚତୁର୍ଥ କ୍ୱାର୍ଟର (ଜାନୁଆରି-ମାର୍ଚ୍ଚ) ଲାଗି ଟିଡିଏସ ଷ୍ଟେଟମେଣ୍ଟର ଅନ୍ତିମ ତାରିଖ ଏବେ ୨୦୨୧ ଜୁଲାଇ ୧୫ କରିଦିଆଯାଇଛି । ପୂର୍ବରୁ ଏହା ଜୁନ ୩୦ ତାରିଖ ଶେଷ ଅବଧି ଥିଲା । ଇନକମ ଟ୍ୟାକ୍ସ ବିଭାଗଙ୍କ ଆଦେଶ ଅନୁସାରେ ଫର୍ମ-୧୬କୁ ଜାରି କରିବାର ଅବଧି ଏବେ ଜୁଲାଇ ୩୧ କରିଦିଆଯାଇଛି । ପୂର୍ବରୁ ଏହା ଜୁଲାଇ ୧୫ ତାରିଖ ଯାଏଁ ଥିଲା । ଆଧାରକାର୍ଡ-ପାନକୁ ଲିଙ୍କ କରିବା ଲାଗି ଏବେ ଆପଣଙ୍କ ପାଖରେ ସେପଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ରହୁଛି । ଯଦି ଆପଣ ଏହି ତାରିଖରେ ଏହି ଉଭୟ ଜରୁରୀ ପ୍ରମାଣପତ୍ର ଲିଙ୍କ କରିବାରେ ଅସଫଳ ହୁଅନ୍ତି, ତାହେଲେ ଆପଣଙ୍କ ପାନ କାର୍ଡ ଇନଅପରେଟିଭ ହୋଇଯିବ ।