ଖାଉଟିଙ୍କୁ ମହଙ୍ଗା ମାଡ଼ : ଆଜିଠୁ ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇଛି । କ୍ଷୀର କମ୍ପାନୀ ମଦର ଡାୟରୀ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ଦିଲ୍ଲୀ ସମେତ ଅନ୍ୟ ସହରରେ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଏହି ନୂଆ ଦର ଆଜି ଠୁ ଲାଗୁ ହେବ। ଏହା ପୂର୍ବରୁ କମ୍ପାନୀ ୨୦୧୯ ଡିସେମ୍ବର କ୍ଷୀର ଦାମ ବୃଦ୍ଧି କରିଥିଲା। ରାଜଧାନୀ ଦିଲ୍ଲୀରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ ମଦର ଡାୟରୀ କ୍ଷୀର ବିକ୍ରି ହୋଇଥାଏ। ଏହା ପୂର୍ବରୁ ଅମୁଲ କମ୍ପାନୀ ଜୁଲାଇ ୧ ତାରିଖରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ମଦର ଡାୟରୀର ଟୋନ୍ଡ ମିଲ୍କ ଏକ ଲିଟର ୪୨ ଟଙ୍କାରୁ ବଢି ୪୪ ଟଙ୍କା ହୋଇଛି। ଫୁଲ କ୍ରିମ୍ ମିଲ୍କ ଏକ ଲିଟରକୁ ୫୫ ରୁ ୫୭ ଟଙ୍କା ହୋଇଛି। ୪୭ ଟଙ୍କାରେ ମିଳୁଥିବା ଗାଈ କ୍ଷୀର ଲିଟରକୁ ୪୯ ଟଙ୍କା ହୋଇଛି।
ଡେରୀ ବ୍ରାଣ୍ଡ ଅମୁଲ ପରେ ଏବେ ମଦର ଡାଏରୀ ବି ତା’ର କ୍ଷୀରର ଦାମ ବୃଦ୍ଧି କରିଛି । ଦିଲ୍ଲୀରେ ଏହି ବ୍ରାଣ୍ଡର କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦାମ ଜୁଲାଇ ୧୧ ତାରିଖ ଠାରୁ ଲାଗୁ ହେବ। କହିରଖୁ କି ଜୁଲାଇ ପହିଲାରୁ ଦେଶର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା। ମଦର ଡାଏରୀ ପକ୍ଷରୁ କୁହାଯାଇଛି କି ଜୁଲାଇ ୧୧ ତାରିଖ ଠାରୁ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନ ବାଧ୍ୟ ହୋଇଛି । ଏହି ବର୍ଦ୍ଧିତ ଦର କ୍ଷୀରର ସବୁ ଭାରିଆଣ୍ଟ ଉପରେ ଲାଗୁ କରାଯାଇଛି । କହିରଖୁ କମ୍ପାନି ୨୦୧୯ରେ ଶେଷଥର ପାଇଁ କ୍ଷୀରର ଦାମ ବୃଦ୍ଧି କରିଥିଲା। କମ୍ପାନି ତରଫରୁ କୁହାଯାଇଛି କି କମ୍ପାନି ଏବେ କ୍ଷତିରେ ଚାଲିଛି । ଏହାସହ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦାମ ବଢିଛି। ଏହାସହ ଦୁଗ୍ଧ ଚାଷୀମାନେ ୪ ସପ୍ତାହ ମଧ୍ୟରେ ଦାମ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଗୋଟିଏ ବର୍ଷ ହେବ ଚାଷୀଙ୍କ ଠାରୁ ଅଧିକ ଦାମରେ ଦୁଗ୍ଧ କିଣୁଥିଲେ ବି କମ୍ପାନି ତରଫରୁ କ୍ଷୀରର ଦାମ ବୃଦ୍ଧି କରାଯାଇ ନଥିଲା।