ମଇଁଷି ଛୁଆରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ ବୁୱାଇନ

ହିସାର : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଓ ବ୍ଲାକ୍ ଫଙ୍ଗସ୍ ମାମଲା ଜାରି ରହିଛି। ଏହିଭଳି ସମୟରେ ଆଉ ଏକ ମାରାତ୍ମକ ରୋଗ ଦେଖାଦେଇଛି। ଏହି ରୋଗର ନାଁ ବୁୱାଇନ। ଲାଲା ଲଜପତ ରାୟ ପଶୁ ଚିକିତ୍ସା ଏବଂ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଅନିମଲ ବାୟୋଟେକନୋଲୋଜି ବିଭାଗ ଏହି ବୁୱାଇନ କରୋନା ଭାଇରସ ଚିହ୍ନଟ କରିଛନ୍ତି। ହରିୟାଣାରୁ ୨୫୦ ନମୁନା ସଂଗ୍ରହ କରାଯାଇଥିଲା ଯେଉଁଥିରୁ ଅନେକ ପଜିଟିଭ ଚିହ୍ନଟ ହୋଇଛି। ପଜିଟିଭ ନମୁନାରୁ ରିସର୍ଚ୍ଚ କରିବାକୁ ୫ଟି ସିକ୍ୟେସିଙ୍ଗ କରାଯାଇଥିଲା। ଏଥିରୁ ଚକିତ କଲାଭଳି ପରିଣାମ ସାମ୍ନାକୁ ଆସିଛି। ବୁୱାଇନ କରୋନା ଭାଇରସ ଭିନ୍ନ ଭିନ୍ନ ପଶୁଙ୍କୁ ହେବାର ସମ୍ଭାବନା ଅଛି ନା ନାହିଁ ତାହା ଜାଣିବାକୁ ବୈଜ୍ଞାନିକ ରିସର୍ଚ୍ଚ କରିଥିଲେ।
ବିଶ୍ୱବିଦ୍ୟାଳୟ ବୈଜ୍ଞାନିକ ଡ.ମିନାକ୍ଷୀ କହିଛନ୍ତି ଯେ ଆଗାମୀ ୧୦ ବର୍ଷରେ ମାନବ ଶରୀରରେ ଯେଉଁ ରୋଗ ଦେଖାଦେବ ତାହା ପଶୁମାନଙ୍କ ଠାରୁ ସଂକ୍ରମିତ ହେବାର ଆଶଙ୍କା ରହିଛି। କରୋନା ବିପଦ ଏବେ ଯାଏଁ ଟଳିନାହିଁ। ଠିକ ସେହିଭଳି ପଶୁମାନଙ୍କ ମଧ୍ୟରେ ଅନେକ ଭାଇରସ ରହିଛି ଏବଂ ଏହା ମ୍ୟୁଟେସନ ପରେ ନୂଆ ରୂପ ନେଇପାରନ୍ତି। ତେବେ ଏହା ଜାଣିବା ଜରୁରୀ ଯେ ଏହି ଭାଇରସ କେଉଁ ପ୍ରଜାତିକୁ ଯାଉଛି ଏବଂ ଏହା ଅନ୍ୟ ପଶୁମାନଙ୍କୁ ସଂକ୍ରମିତ କରୁଛି କି ? ସେ କହିଛନ୍ତି ଯେ ବୁୱାଇନ କରୋନା ଭାଇରସ ପଶୁଙ୍କ ମଳମୂତ୍ର, କ୍ଷୀର କିମ୍ବା ମାଂସ ଜରିଆରେ ମଣିଷ ଶରୀରରେ ପହଞ୍ଚିପାରେ। ରିସର୍ଚ୍ଚ ଅନୁସାରେ ଏହି ଭାଇରସ ପ୍ରଥମେ ଓଟରୁ ମଇଁଷି ଛୁଆ ପାଖକୁ ଆସିଥିଲା। ଭାଇରସର ଏହି ପ୍ରକୃତି ମ୍ୟୁଟେଣ୍ଟ ହୋଇଥାଏ ଅର୍ଥାତ ବଡ ପଶୁ ଏବଂ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ବିଶେଷ କଥା ହେଲା, ଯଦି ଏହା ମ୍ୟୁଟେଣ୍ଟ ହୋଇ ପଶୁଙ୍କ ଠାରୁ ମଣିଷ ଯାଏଁ ଆସେ ତାହେଲେ ବହୁତ କ୍ଷତି ହେବ। ଡ.ମିନାକ୍ଷୀଙ୍କ ଅନୁଯାୟୀ ଏସଏଆରଏସ କୋଭିଡ-୨ ଭାଇରସରେ ସଂକ୍ରମିତ ହେବାପରେ ମଣିଷଙ୍କୁ ପ୍ରଥମେ ଝାଡା ହୋଇଥିଲା। ଏହା ଆଧାରରେ ବୈଜ୍ଞାନିକ ଏହି ଭାଇରସଏଅ ଚିକିତ୍ସା ନାନୋ ଫର୍ମୁଲେସନରେ ଖୋଜୁଛନ୍ତି ଏବଂ ସକାରାତ୍ମକ ପରିଣାମ ମିଳିଛି ବୋଲି ସେ କହିଛନ୍ତି।ବୈଜ୍ଞାନିକଙ୍କ ଅନୁଯାୟୀ, ବୁୱାଇନରେ ସଂକ୍ରମିତ ମଇଁଷି ଛୁଆଙ୍କୁ ଝାଡା ହୋଇଥାଏ। ସଂକ୍ରମଣ ଅଧିକ ହେଲେ ମଇଁଷି ଛୁଆକା ମୃତ୍ୟୁ ମଧ୍ୟ ହୋଇପାରେ। ଏହା ମଇଁଷି ଛୁଆଙ୍କ ଠାରୁ ବଡ ବଡ ପଶୁଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ଡ.ମିନାକ୍ଷୀ କହିଛନ୍ତି ଯେ ଭାଇରସ ଯୋଗୁଁ ହେଉଥିବା ରୋଗର ଚିକିତ୍ସା ପାଇଁ ଭୂଅକ୍ସିନ ଆବଶ୍ୟକ। ଭବିଷ୍ୟତରେ ଏହି ଭାଇରସ ପାଇଁ ମଧ୍ୟ ଭ୍ୟାକସିନ ତିଆରି କରିବାକୁ ପଡିବ। ସେ କହିଛନ୍ତି ଯେ ଚାଷୀ ଏବଂ ପଶୁପାଳକଙ୍କୁ ଏହା ପ୍ରତି ବିଶେଷ ଦୃଷ୍ଟି ଦେବା ଉଚିତ। ଯଦି କୌଣସି ପଶୁ ଅସୁସ୍ଥ ଥାଏ କିମ୍ବା ଏହିଭଳି ଲକ୍ଷଣ ଥାଏ ତାହେଲେ ତାକୁ ଅଲଗା ରଖିବା ଉଚିତ।