ମହଙ୍ଗା ଭତ୍ତା ବୃଦ୍ଧି ସ୍ଥଗିତ
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ବୃଦ୍ଧିକୁ ସରକାର ସ୍ଥଗିତ ରଖିଛନ୍ତି। ଜୁଲାଇ ୧, ୨୦୨୧ରୁ ଏହି ମହଙ୍ଗା ଭତ୍ତା ବୃଦ୍ଧି ହେବାକୁ ଥିବାବେଳେ ଏହାକୁ ବୃଦ୍ଧି କରାଯିବ ନାହିଁ। କରୋନା ପାଇଁ ଏହି ଭତ୍ତା ବୃଦ୍ଧିକୁ ସ୍ଥଗିତ ରଖାଯାଇଛି। ତେବେ ବର୍ତ୍ତମାନ ମିଳୁଥିବା ମହଙ୍ଗା ଭତ୍ତା ଦିଆଯିବ। ଅନ୍ୟପଟେ ଜାନୁଆରୀ ୧, ୨୦୨୦ରୁ ଜୁନ ୩୦, ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବାବଦ ବକେୟା କିସ୍ତି ପ୍ରଦାନକୁ ମଧ୍ୟ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରୀ ଓ ପେନସନ ଭୋଗୀ ୧୭ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି।