ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟ ଘେରାଉ
![](https://thetruths.in/wp-content/uploads/2023/06/Protest-1024x461.png)
ଆନନ୍ଦପୁର : ଆନନ୍ଦପୁର ଥାନା ଦଧିବାମନପୁର ଗାଁରେ ଅଘଟଣ । ଘର ନିକଟରେ ଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ ତାର ଛିଣ୍ଡି ବାଡିରେ ପଡିଥିବା ବେଳେ ବାଡି ଓଳାଉଥିବା ସମୟରେ ତାର ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜଞ୍ଜାଳୀ ଜେନା । କ୍ଷତିପୂରଣ ଦାବିରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦ୍ବାରା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ ହୋଇଛି ।
ସୂଚନା ଯେ, ଗତ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଜଞ୍ଜାଳୀଙ୍କ ଘର ନିକଟରେ ଥିବା ଟ୍ରାନ୍ସଫର୍ମରରୁ ଏକ ତାର ଛିଣ୍ଡି ତାଙ୍କ ବାଡିରେ ପଡିଥିଲା । ହେଲେ କାଳବୈଶାଖୀ ଛାଡିବା ପରେ ବିଭାଗୀୟ କର୍ମଚାରୀମାନେ ବିନା ନିରୀକ୍ଷଣରେ ଲାଇନ୍ ଚାର୍ଜ କରିଥଲେ । ଫଳରେ ସୋମବାର ସକାଳୁ ନିଜ ବାଡି ଓଳାଇବା ସମୟରେ ଛିଣ୍ଡିପଡିଥିବା ତାରରୁ ବିଦ୍ୟୁତ ଆଘାତ ଲାଗି ଜଞ୍ଜାଳୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।