ପୋର୍ଟ ବ୍ଲେୟାର, ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ
- ରିକ୍ଟର ସ୍କେଲରେ ତୀବ୍ରତା ୪.୩
ନୂଆଦିଲ୍ଲୀ : ଦେଶରେ ଏବେ ଗତ କିଛିଦିନ ହେବ ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି । ଏହି ପରିପ୍ରେକ୍ଷୀରେ ପୋର୍ଟ ବ୍ଲେୟାର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୨୭ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବାନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସ୍ପଷ୍ଟ କରିଛି ।
ସୂଚନା ଯେ, ଏହାପୂର୍ବରୁ ସୋମବାର ରାତିରେ ଉତ୍ତର-ପୂର୍ବରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୮.୧୬ ରେ ମଣିପୁରର ମୋଇରଙ୍ଗରେ ୩.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ଭୂମିଠାରୁ ୫୮ କିଲୋମିଟର ଥିଲା । ମଣିପୁରର ରବିବାର ବିଳମ୍ବିତ ରାତି ୧୨.୩୮ ସମୟରେ ନାଗାଲାଣ୍ଡର କୋହିମାଠାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।