ସମ୍ବଲପୁର ଗସ୍ତରେ ୫ଟି ସଚିବ, ମା’ ସମଲେଶ୍ୱରୀଙ୍କ ଦର୍ଶନ ସହ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର କଲେ ସମୀକ୍ଷା
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ସଚିବ । ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ସମଲେଶ୍ବରୀ ମନ୍ଦିର ଗସ୍ତ କରି ମା’ ସମଲେଇଙ୍କୁ ଦର୍ଶନ କରିଥିଲେ । ସେଠାରେ ସମଲେଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହ ପୀଠର ବିକାଶ କାମର ଅଗ୍ରଗତିର ସମୀକ୍ଷା କରିଛନ୍ତି । ସମଲେଶ୍ଵରୀ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି ୫-ଟି ସଚିବ । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରିଛନ୍ତି । ଚଳିତବର୍ଷ ମନ୍ଦିରର ନବକଳେବର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳ , ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।
ତେବେ ଏହି ଗସ୍ତ ସମୟରେ ସମ୍ବଲପୁର ସହରର ହଜାର ହଜାର ଲୋକେ ୫ଟି ସଚିବଙ୍କୁ ସ୍ବାଗତ ଜଣାଇବା ସହ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ । ଦାବି ଶୁଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । ପରେ ସମଲେଇ ପ୍ରକଳ୍ପ ବୁଲି ଦେଖିଥିଲେ । ଠିକା ସଂସ୍ଥା ତଥା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମୀକ୍ଷା କରିବା ପରେ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପଥର କାରୁକାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେବାକୁ ଠିକା ସଂସ୍ଥାକୁ ଦେଲେ ନିର୍ଦ୍ଦେଶ । ଏହି ଅବସରରେ ସହର ଭିତରେ ଥିବା ରାଜଘାଟ ଶ୍ମସାନକୁ ମଣ୍ଡଳିଆ ନିକଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।