ଆଇପିଏଲ୍-୨୦୨୧ ଫାଇନାଲ : ଡୁ ପ୍ଲେସିସଙ୍କ ବିସ୍ଫୋରକ ବ୍ୟାଟିଂ, କୋଲକାତାକୁ ୧୯୩ ରନର ବିଜୟ ଲକ୍ଷ ଦେଲା ସିଏସକେ
![](https://thetruths.in/wp-content/uploads/2021/10/CSK-Batting-vs-KKR.jpeg)
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଖେଳାଯାଇଛି ଆଇପିଏଲ-୨୦୨୧ର ଟାଇଟଲ୍ ମୁକାବିଲା। ମୁହାଁମୁହିଁ ହେଲେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଚତୁର୍ଥ ଥର ଚାମ୍ପିଅନ ହେବାକ ଲକ୍ଷ୍ୟ ରଖି ପ୍ରଥମେ ବ୍ୟାଟିଂ କରିଥିଲା । ଏଥିରେ ଫାଫ ଡୁପ୍ଲେସିସ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନର ବିଶାଳ ସ୍କୋର କରିଛି। ତୃତୀୟ ଟାଇଟଲ୍ ଜିତିବାକୁ ହେଲେ କେକେଆରକୁ ୨୦୧ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ। ଡୁପ୍ଲେସିସ୍ ୮୬ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୋଇନ ଅଲ୍ଲୀ ୩୭ ରନର ଅପରାଜିତ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏହା ପୂର୍ବରୁ ଟସ୍ ଜିତି କେକେଆର ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ କୋଲକାତା ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଏହି ମ୍ୟାଚ୍ ଜିତିଲେ ଚେନ୍ନାଇ ଚତୁର୍ଥ ଥର ଆଇପିଏଲ ବିଜେତା ହେବ।
ଆଜିର ମ୍ୟାଚ ପାଇଁ କୋଲକାତା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଅଧିନାୟକ ଇଅନ ମୋର୍ଗାନ ସୂଚନା ଦେଇଛନ୍ତି । ଆଇପିଏଲରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୋଟ ୨୪ଟି ମ୍ୟାଚ ଖେଳାଯାଇଛି । ରେକର୍ଡ ଚେନ୍ନାଇ ସପକ୍ଷରେ ଅଛି କାରଣ ଏହି ୨୪ଟି ମ୍ୟାଚରୁ ଚେନ୍ନାଇ୧୬ଟିରେ ବିଜୟ ହାସଲ କରିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୨ ଆଇପିଏଲ ଫାଇନାଲରେ କୋଲକାତା ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଥିଲା । ଏଣୁ ଏହା କୋଲକତାର ମନୋବଳକୁ ଦୃଢ କରିବ । ଦଳ ପୁଣି ଥରେ ନିଜର ପୂର୍ବ ସଫଳତା ଦୋହରାଇବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଜିର ମ୍ୟାଚ ଜିତି ୪ର୍ଥ ଥର ପାଇଁ ଚାମ୍ପିଅନ ହେବାକୁ ଉଦ୍ୟମ କରିବ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ । ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି କୋଲକାତା। ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି । ଚଳିତ ଆଇପିଏଲରେ ଦୁଇଥର ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।