ମା’ ଦୁର୍ଗାଙ୍କ ଭସାଣି ବେଳେ ଅଘଟଣ ! ସାଳନ୍ଦୀ ନଦୀରେ ବୁଡ଼ିଗଲେ ୪ : ୩ ଉଦ୍ଧାର, ଜଣେ ନିଖୋଜ

ଭଦ୍ରକ : ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣି ବେଳେ ଅଘଟଣ । ଠାକୁରଙ୍କ ମେଢ଼ ସହ ୪ ଜଣ ଭାସିଯାଇଥିବା ବେଳେ ୨ ଜଣ ବାହାରି ଆସିଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି ।
ସୂଚନା ଯେ, ଭଦ୍ରକ ସହରର ଜାନୁଗଞ୍ଜ ମଣ୍ଡପରୁ ଭଷାଣି ଶୋଭାଯାତ୍ରା ବାହାରିଥିଲା । ସାଳନ୍ଦୀ ନଦୀର ବାଉଦପୁର ଘାଟ ନିକଟରେ ରାବଣ ପୋଡି ସହ ଭଷାଣି ହେଉଥିଲା । ଭଷାଣି ବେଳେ ମେଢ଼ ତଳେ ୪ ଜଣ ଚାପି ହୋଇଥିବା ଖବର ପ୍ରସାରିତ ହୋଇଥିଲା । ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ମେଡିକାଲକୁ ଆଣିଥିଲେ ।
ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ସହ ଆଉ ୩ ଜଣ ଥିଲେ । କିନ୍ତୁ ପରେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ୪ ଜଣଙ୍କ ମଧ୍ୟରୁ ଜଣେ ଯୁବକ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି ଓ ଜଣେ ଯୁବକ ନିଖୋଜ ଥିବା କୁହାଯାଉଛି । ଅନ୍ୟପଟେ ଅନ୍ଧାର ରାତି ପାଇଁ ନିଖୋଜଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।