ସହରାଂଚଳ ଭୂମିହୀନଙ୍କୁ ମିଳିବ ମାଗଣା ଜମି ଜଗତପୁର ତ୍ରିନାଥ ଆଦିବାସୀ ସାହିରେ ଡ୍ରୋନ୍ ସର୍ଭେ ଆରମ୍ଭ
କଟକ : ବସ୍ତିବାସୀଙ୍କୁ ଭୂମି ଅଧିକାର ଦେବା ପାଇଁ ରାଜ୍ୟର ୫ଟି ମହାନଗର ନିଗମରେ ଡ୍ରୋନ୍ ସର୍ଭେ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୱାର୍ଡ ନମ୍ବର ୪୯ ଅନ୍ତର୍ଗତ ଜଗତପୁର ତ୍ରିନାଥ ଆଦିବାସୀ ସାହିରେ ଜାଗା ମିଶନର ଡ୍ରୋନ୍ ସର୍ଭେ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ବସ୍ତିବାସିନ୍ଦାମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ ଭୂମି ପ୍ରମାଣପତ୍ର ମିଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସେମାନେ ଅତ୍ୟନ୍ତ ଭାବପୂର୍ଣ୍ଣ ଭାଷାରେ ସ୍ୱାଗତ ଜଣାଇଥିଲେ । ବିଶେଷକରି ବସ୍ତିଗୁଡିକର ମୈାଳିକ ଭିତ୍ତିଭୂମିକ ବିକାଶ ଓ ସେବା ଯୋଗାଣକୁ ଉନ୍ନତମାନର କରାଯିବ । ରାସ୍ତା, ରାସ୍ତାକଡ ଆଲୋକ ବ୍ୟବସ୍ଥା ଠାରୁ ଆରମ୍ଭ କରି କମ୍ୟୁନିଟି ହଲ ପରି ମୋଟ ୯ଟି ମୈାଳିକ ତଥା ସହରୀ ସୁବିଧା ଯୋଗାଇ ଦିଆଯିବ । ଭୂମିହୀନ ଗରିବଙ୍କୁ ମାଗଣାରେ ୩୦ ବର୍ଗ ମିଟରରୁ ୪୫ ବର୍ଗ ମିଟର ଜମି ଯୋଗାଇ ଦେବା କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୫ ମହାନଗର ନିଗମରେ ୨.୫ ଲକ୍ଷ ପରିବାର ଉପକୃତ ହେବେ । ଏହି ଅବସରରେ ୩୩ଟି ପୈାର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝି, ବିଧାୟକ ସୈାଭିକ ବିଶ୍ୱାଳ, କମିଶନର ନିଖିଲ ପୱନ କଲ୍ୟାଣ, ଡେପୁଟି କମିଶନର ଶ୍ୱେତପଦ୍ମା ଶତପଥୀଙ୍କ ସମେତ ସମସ୍ତ କର୍ପୋରେଟର, ଜାଗା ମିଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।