ମହୁଡ଼ାରେ ଡବଲ ମର୍ଡର, ବୀଭତ୍ସ ହତ୍ୟା ପରେ ଜାଳି ଦେଲେ ଦୁର୍ବୃତ୍ତ
![](https://thetruths.in/wp-content/uploads/2022/05/Murder-Crime-1024x576.jpg)
ଗଞ୍ଜାମ : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର। ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଶିବ ଗୌଡ଼ା ଓ ଲିଟୁ ଗୌଡ଼। ହତ୍ୟା ପରେ ଉଭୟଙ୍କୁ ଗାଡି ସହ ପୋଡି ଦେଇଛନ୍ତି ଦୁବୃର୍ତ୍ତ ।
ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପରେ ଗାଁ ମୁଣ୍ଡରେ ଜାଳି ଦେଇଥିଲ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କେଉଁ କାରଣ ପାଇଁ ଏହି ଦୁଇ ଜଣଙ୍କ ଦୁର୍ବୃତ୍ତମାନେ ହତ୍ୟା କଲେ ପୋଲିସ ତଦନ୍ତ କରିବା ସହ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।