ଦୋହା-୨୦୨୩ରୁ ବିଜୟ ଯାତ୍ରା ଆରମ୍ଭ କଲେ ନୀରଜ ଚୋପ୍ରା
![](https://thetruths.in/wp-content/uploads/2023/05/Neeraj-Chopra.jpg)
ନୂଆଦିଲ୍ଲୀ : ଦୋହା- ୨୦୨୩ରୁ ବିଜୟ ଯାତ୍ରା ଆରମ୍ଭ କଲେ ଭାରତୀୟ ଜାଭଲିନ ଷ୍ଟାର ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ଜବରଦସ୍ତ ପ୍ରଦର୍ଶନ କରି ପ୍ରତିଯୋଗିତା ଜିତିଛନ୍ତି ନୀରଜ। ଦୋହାର କତରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୮.୬୭ ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗିି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ।
ପ୍ରତିଯୋଗିତାର ନୀରଜଙ୍କ ପରେ ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ଜ୍ୟାକବ ୱଡଲେଜ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ଗତ ଦୋହା ଡାଇମଣ୍ଡ ଲିଗ୍ ପ୍ରତିଯୋଗିତାରେ ଆଣ୍ଡରସନ ପିଟର୍ସ ନୀରଜଙ୍କୁ ପରାସ୍ତ କରିଥିଲେ। ହେଲେ ଚଳିତ ମ୍ୟାଚରେ ନୀରଜ ପିଟର୍ସଙ୍କୁ ପରାସ୍ତ କରି ପ୍ରତିଶୋଧ ନେଇଛନ୍ତି। ଚଳିତ ଥର ପ୍ରତିଯୋଗିତାରେ ଆଣ୍ଡରସନ ତୃତୀୟ ସ୍ଥାନରେ ରହିଛନ୍ତି।
ସୂଚନା ଯେ, ମ୍ୟାଚରେ ନୀରଜ ପ୍ରଥମ ପ୍ରୟାସରେ ୮୮.୬୭ ମିଟର ଜାଭଲିନ ଫିଙ୍ଗିଥିିବା ବେଳେ ଦ୍ୱିତୀୟ ପ୍ରୟାସରେ ୮୬.୦୪ ମିଟର ଓ ତୃତୀୟ ପ୍ରୟାସରେ ୮୫.୪୭ ମିଟର ଦୂରକୁ ଜାଭଲିନ ଫିଙ୍ଗି ଥିଲେ। ହେଲେ ଚତୁର୍ଥ ଥର ଫାଉଲ ହୋଇଥିଲା। ପରେ ପଞ୍ଚମ ଥର ୮୫.୩୭ ମିଟର ,ଷଷ୍ଠ ଥର ୮୬.୫୨ ମିଟର ଜାଭଲିନ ପିଙ୍ଗି ଅନ୍ୟ ପ୍ରତିଯୋଗୀଙ୍କୁ ଠାରୁ ଆଗରେ ରହିଥିଲେ। ଗତଥର ଆହତ କାରଣରୁ ନୀରଜ ଦୋହା ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରିପାରି ନଥିଲେ।