ଆପଣଙ୍କ ଘରେ ବିଲେଇ ଅଛି କି? ଦିଅନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା
![](https://thetruths.in/wp-content/uploads/2023/08/Cat-Care-1024x576.jpg)
Close-up of gray furry cat sitting on woman's lap and looking at camera with its green eyes. Hands of older woman stroking, caressing fluffy pet resting on legs of owner, indoors.
ଅନେକ ଲୋକଙ୍କର ପୋଷା ଜୀବଜନ୍ତୁ ପାଳିବାକୁ ନେଇ ଖୁବ ସଉକ ଥାଏ । ଘରେ କୁକୁର ପାଳିବା ପରେ ଲୋକମାନେ ବିଲେଇକୁ ରଖିବା ପାଇଁ ମଧ୍ୟ ଇଚ୍ଛା କରନ୍ତି । ତେବେ ସେମାନଙ୍କର ଯତ୍ନ ନେବା ହେଉଛି ସବୁଠୁ ବଡ଼ କଥା । ଯଦି ଆପଣ ବି ବିରାଡି ପ୍ରେମୀ ତେବେ ଏହି କଥା ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ ।
ବିଲେଇମାନଙ୍କର ଯତ୍ନ ନେବା ପାଇଁ ଅଧିକ ସମୟର ଆବଶ୍ୟକତା ପଡିନଥାଏ । ଖୁବ୍ କମ ସମୟ ମଧ୍ୟରେ ଆପଣ ବିଲେଇର ଯତ୍ନ ନେଇପାରିବେ । ଆପଣଙ୍କ ବିରାଡିକୁ ପୁଷ୍ଟିକର ଖାଦ୍ୟ ଦେବାପାଇଁ ଆପଣ ଚେଷ୍ଟା କରିବା ଆବଶ୍ୟକ । ପୃଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ବିରାଡିଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ତେଣୁ ଜାଣନ୍ତୁ ବିରାଡିକୁ କେଉଁ ପୁଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ ।
ବିରାଡିକୁ ବିଶେଷ କରି ଘରେ ତିଆରି ଖାଦ୍ୟ ଦେବା ଆବଶ୍ୟକ । କାର ଘରେ ତିଆରି ଖାଦ୍ୟ ବିଲେଇମାନଙ୍କର ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ସାବ୍ୟସ୍ତ ହୋଇଥାଏ । ଆପଣଙ୍କ ବିଲେଇ ଆପଣଙ୍କ ସ୍ନେହ ପ୍ରେମ ଭଲପାଇବା ସହ ପୃଷ୍ଟିକର ଖାଦ୍ୟ ମଧ୍ୟ ଆବଶ୍ୟକ କରିଥାଏ । ବିରାଡିକୁ ସୁସ୍ଥ ରଖିବା ପାଇଁ ପେଟ୍ ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍, ମିନେରାଲ୍ସ ଏବଂ ଆବଶ୍ୟକ ମୁତାବକ ଜଳ ବହୁତ ଆବଶ୍ୟକ ।
ଯଦି ଆପଣ ଆପଣଙ୍କର ପୋଷା ବିଲେଇକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ବିଲେଇକୁ ଜଳଖିଆରେ ଅଣ୍ଡା ଖାଇବାକୁ ଦିଅନ୍ତୁ । ଏହା ଖାଇବା ଦ୍ୱାରା ବିଲେଇ ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଣ୍ଡାକୁ ଆପଣ ସିଝାଇ କିମ୍ୱା ଆମଲେଟ ପ୍ରସ୍ତୁତ କରି ବିରାଡିକୁ ଦେଇପାରିବେ ।
ବିଲେଇକୁ ସୁସ୍ଥ ରଖିବା ପାଇଁ ଆଉ ଏକ ଖାଦ୍ୟ ହେଉଛି ଚିକେନ୍ ଷ୍ଟି । ଏହା ଖାଇବା ଦ୍ୱାରା ବିଲେଇର ଉପଯୁକ୍ତ ବୃଦ୍ଧି ଘଟିଥାଏ । ଆପଣ ଏହି ଖାଦ୍ୟକୁ ଉଭୟ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଆପଣଙ୍କ ବିଲେଇକୁ ଦେଇପାରିବେ ।
ବିଲେଇର ଅନ୍ୟ ଏକ ପ୍ରିୟ ଖାଦ୍ୟ ହେଉଛି କ୍ଲାସିକ୍ ଚିକେନ୍ । ଏହାକୁ ଖାଇବା ଦ୍ୱାରା ଦୁର୍ବଳ ଥିବା ବିଲେଇଙ୍କ ସ୍ୱାସ୍ଥ୍ୟରେ ଖୁବ ଉନ୍ନତି ଘଟିଥାଏ । ବିଲେଇଙ୍କୁ ଆପଣ ସହଜରେ ପ୍ରସ୍ତୁତ ହେଉଥିବା ଚିକେନ ସହିତ କିଛି ଭାତ ମଧ୍ୟ ଖାଇବାକୁ ଦେଇପାରିବେ ।
ବିଲେଇମାନଙ୍କର ପ୍ରିୟ ଖାଦ୍ୟ ହେଉଛି ମାଛ । ତେଣୁ ଯଦି ଆପଣ ଏକ ବିଲେଇ ରଖିଛନ୍ତି ତେବେ ତାହାକୁ ଆପଣ ଭଜା ମାଛ କିମ୍ୱା ମାଛ ତରକାରୀ ସହିତ ଭାତ ଗୋଳାଇ ଖାଇବାକୁ ଦେଇପାରିବେ । ଏପରି ଖାଦ୍ୟ ବିଲେଇଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।