ରବିବାର ଦିନ କରନ୍ତୁ ଏହି କାମ, ଦୂର ହେବ ଦରିଦ୍ରତା ଓ ଆସିବ ସୁଖ-ସମୃଦ୍ଧି
![](https://thetruths.in/wp-content/uploads/2023/03/Sunday-1024x567.jpg)
ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । ରବିବାର ଦିନ କେଉଁ କେଉଁ ଉପାୟ କଲେ ଜୀବନ ସୁଖମୟ ହେବ ଜାଣନ୍ତୁ …….
ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଦେବ ଏମିତି ଦେବତା, ଯିଏ ନିୟମିତ ରୂପେ ସାକ୍ଷାତ ଦର୍ଶନ ଦେଇଥାଆନ୍ତି। ପ୍ରତିଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ବିଧିପୂର୍ବକ ଅର୍ଘ୍ୟ ଦେବା ଦ୍ୱାରା ବ୍ୟକ୍ତିକୁ ବିଶେଷ ଫଳ ପ୍ରାପ୍ତ ହୋଇଥାଏ। ସମାଜରେ ମାନ ସମ୍ମାନ, ଧନ ଦୌଲତ ମିଳିଥାଏ। ଏଥିସହିତ ସୂର୍ଯ୍ୟଦେବ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂରଣ କରି ଥାଆନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି ଆପଣ ନିୟମିତ ରୂପେ ସୂର୍ଯ୍ୟଦେବଙ୍କୁ ପୂଜା କରିପାରୁ ନାହାନ୍ତି, ତା’ କେବଳ ରବିବାର ଦିନ ପୂଜା କରିବା ଦ୍ୱାରା ସପ୍ତାହକ ସାତ ଦିନର ବରାବର ପୁଣ୍ୟ ପ୍ରାପ୍ତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଛି, ଯାହାକୁ ଯଦି ଠିକ୍ ବିଧି ଅନୁସାରେ କରାଯିବ, ତା’ ହେଲେ ସୂର୍ଯ୍ୟଦେବଙ୍କ କୃପା ସହିତ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।
କରନ୍ତୁ ଏହି ଉପାୟ :
ଯଦି ରବିବାର ଦିନ ଆପଣଙ୍କୁ କୌଣସି ଜରୁରୀ କାମରେ ଯିବାର ଅଛି ତାହେଲେ ଯିବା ପୂର୍ବରୁ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ।
ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।
ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।
ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।
ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।
ରବିବାର ଦିନ ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।
ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।
ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ରହିଥିଲେ ,ଏମାନେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଆରାଧନା କରିବା ଉଚିତ। ଏମାନେ ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ ।
ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଜାୟ ରଖିବାକୁ ଏବଂ ଓ ମାନ ସମ୍ମାନ ପ୍ରାପ୍ତି ପାଇଁ ସୂର୍ଯ୍ୟଦେବଙ୍କ ଉପାସନା କରିବା ଉଚିତ।