ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ ! ମା’ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଘରେ ହେବ ଧନର ବର୍ଷା
![](https://thetruths.in/wp-content/uploads/2022/02/Maa-Laxmi-1.jpg)
ହିନ୍ଦୁ ଶାସ୍ତ୍ର ଅନୁଯାଇ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଯେଉଁ ମଣିଷକୁ ଧନ ର ଆବଶ୍ୟକତା ରହିଥାଏ ସେ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିଥାଏ । ତେବେ ଆପଣ ମାନେ ଏହା ମଧ୍ୟ୍ୟ ଜାଣିଥିବେ ଯେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ବାର ଗୁରୁବାର ହୋଇଥାଏ । ଏହି ଦିନ ମାତା ଲକ୍ଷ୍ମୀଙ୍କ ପୂଜା କଲେ ମାତା ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ଆପଣଙ୍କୁ ମନ ବାଂଛିତ ଫଳ ପ୍ରଦାନ କରନ୍ତି । ସେହିପରି ଘରେ ହେବ ଧନର ବର୍ଷା ।
ମାତା ଲକ୍ଷ୍ମୀ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ଧର୍ମ ପତ୍ନୀ ଅଟନ୍ତି ସେ ଦୁହିଁଙ୍କ ଭଲ ପାଇବା ବିଷୟରେ ସମସ୍ତ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଯେଉଁ ବ୍ୟକ୍ତି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଛାଡି କେବଳ ଜଣଙ୍କୁ ପୂଜା କରିଥାଏ ତାଙ୍କ ପୂଜା ସଫଳ ହୋଇନଥାଏ ।
୧- ଯେଉଁ ବ୍ୟକ୍ତି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ଆଗରୁ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପୂଜା କରିଥାନ୍ତି ତାଙ୍କ ଉପରେ ମାତାଙ୍କ ଅସୀମ କୃପା ରହିଥାଏ ଓ ସେହି ବ୍ୟକ୍ତି ନିଜ ଜୀବନରେ ବହୁତ୍ କିଛି ଭଲ ଦେଖିବାକୁ ପାଇଥାନ୍ତି ।
୨- ଗୁରୁବାର ଦିନ ଭକ୍ତ ମାନଙ୍କୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ରଙ୍ଗ ଫୁଲ ପୁଷ୍ପ ଓ ଭୋଗ ଅର୍ପଣ କରିବା ଉଚିତ୍ ଅଟେ । ଏହି ଦିନ ଆପଣ ନିଜ ମନରେ କିଛି ବି ନକାରାତ୍ମକ ଆଣିବାକୁ ଚେଷ୍ଟା କରନ୍ତୁ ନାହିଁ ।
![](https://odiadunia.com/wp-content/uploads/2020/11/marigold-for-puja.jpg)
୩- ଆପଣଙ୍କୁ ଗୁରୁବାର ଦିନ ଉପବାସ କରିବା ଉଚିତ୍ ଅଟେ ଓ ଉପବାସ ସମୟରେ ଆପଣଙ୍କୁ ହଳଦିଆ ଜିନିଷ ଦାନ କରିବା ଉଚିତ୍ ହୋଇଥାଏ । ଆପଣଙ୍କ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ ।
୪- ଗୁରୁବାର ଦିନ ସମସ୍ତଙ୍କୁ ହଳଦିଆ ପାଣିରେ ସ୍ନାନ କରିବା ଉଚିତ୍ ଓ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ ବହୁତ୍ ଶୁଭ ଫଳ ପ୍ରାପ୍ତି ହବ ।
![](https://odiadunia.com/wp-content/uploads/2020/11/tumerik-for-puja-1.jpg)
୫- ଗୁରୁବାର ଦିନ ଆପଣଙ୍କୁ ତୁଳସୀ ଚଉରାରେ କଞ୍ଚା କ୍ଷୀର ଅର୍ପଣ କରିବାକୁ ହବ ଏହା ଦ୍ୱାରା ଆପଣଙ୍କ ସବୁ ବୃହସ୍ପତି ଦୋଷ କଟିଯିବ ଓ ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିବ । ଯଦି ଆପଣ ମଧ୍ୟ ନିଜ ଘରକୁ ସୁଖ ସମୃଦ୍ଧି ଦବାକୁ ଇଛା କରନ୍ତି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ଓ ଭୁଲରେ ବି ଗୁରୁବାର ଦିନ କିଛି ଭୁଲ କାମ କରନ୍ତୁ ନାହିଁ ନଚେତ୍ ମାତା ଲକ୍ଷ୍ମୀ କ୍ରୋଧିତ ହେଲେ ସବୁ ସମାପ୍ତ ହୋଇଯିବ ।