ଵାସ୍ତୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ ? ନଚେତ ଧନହାନି ସହ ମାଡି ଆସିଥାଏ ବିଭିନ୍ନ ରୋଗ

ସୂର୍ଯ୍ୟାସ୍ତକୁ ନେଇ ଵାସ୍ତୁ ରେ ଅଲଗା ଅଲଗା ନିୟମ କରାଯାଇଛି | ଵାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିଛି କାମ ନ କରିବାକୁ ପରାମର୍ଶ ଦିଆଯାଇଛି | ଏମିତି କରିବା ଦ୍ୱାରା ଘରକୁ ନକରାତ୍ମକ ପ୍ରଭାବ ଆସିଥାଏ | ଯଦି ଭୁଲରେ ସନ୍ଧ୍ୟାରେ ଏହି କାମ କରିଦିଆଯାଏ ତେବେ ଧନହାନି ଓ ରୋଗ ମାଡି ଆସିଥାଏ |
ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କିଛି ମହତ୍ଵ କଥା ର ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ । ଯାହା ଫଳରେ ଦେବାଦେବୀଙ୍କ କୃପା ମିଳିବା ସହିତ ଘର ପରିବାରରେ ଖୁଶିର ସମୟ କଟିଥାଏ । ସନ୍ଧ୍ଯା ସମୟରେ ଏହି କାମ ସବୁ କରିବା ଦ୍ଵାରା ଘରର ଦରିଦ୍ରତା ବୃଦ୍ଧି ପାଇବା ସହିତ ଘରର ସୁଖଶାନ୍ତି ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ସନ୍ଧ୍ୟା ସମୟରେ କେବେ ବି ଭୋଜନ କରିବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଭୋଜନ କରିବା ଦ୍ଵାରା ଭୋଜନ କରୁଥିବା ବ୍ୟକ୍ତି ର ବହୁତ ବଡ ଅନିଷ୍ଟ ହୋଇଥାଏ ।
କାରଣ ଏହି ସମୟ ଟି ଦିନ ଓ ରାତି ର ମଧ୍ୟ ଭାଗ ହୋଇଥିବାରୁ ଏହି ସମୟରେ ଭୋଜନ କଲେ ଘରେ ଅର୍ଥହାନୀ ହେବା ସହ ଘରକୁ ଦରିଦ୍ରତା ମାଡି ଆସିଥାଏ । ଏହା ସହ ମଧ୍ୟ ଏହି ସମୟରେ ଭୋଜନ କଲେ ବ୍ଯକ୍ତିର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । କିନ୍ତୁ ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଆପଣ ଫଳ କିମ୍ବା କିଛି ଛୋଟ ଜିନିଷ ଖାଇ ପାରିବେ ।
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ :
୧) କୁହାଯାଏ ସୂର୍ଯ୍ୟାସ୍ତ ପରେ ନକରାତ୍ମକ ପ୍ରଭାବ ସକ୍ରିୟ ହୋଇଯାଏ | ତେଣୁ ଏହି ସମୟରେ କିଛି କାମ କରିବାକୁ ବରଂ କରାଯାଇଛି | ସୂର୍ଯ୍ୟାସ୍ତ ପରେ କେବଳ ଦେବତାଙ୍କ ଆରାଧନା କରାଯାଇଥାଏ | ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିନଥାଏ |
୨) ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ବନ୍ଦ କରନ୍ତୁ ନାହିଁ | କୁହାଯାଏ ଏହି ସମୟରେ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି | ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ବନ୍ଦ ରଖିଲେ ମା’ଙ୍କ ଆଗମନ ହୋଇ ନଥାଏ | ଫଳରେ ଘରେ ଗରିବୀ ଆସିଥାଏ |
୩) ସନ୍ଧ୍ୟା ସମୟରେ ତୁଳସୀଙ୍କୁ ଛୁଇଁଲେ ସେ ରାଗିଥାନ୍ତି | ତେଣୁ ସନ୍ଧ୍ୟା ସମୟରେ ଭୁଲ ରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ |
୪) ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତିଙ୍କୁ ଲୁଣ, ପିଆଜ,ରସୁଣ,ଖଟା ଦ୍ରବ୍ୟ ଓ ଛୁଞ୍ଚି କାହାକୁ ଦିଅନ୍ତୁ ନାହିଁ କି କାହା ଠାରୁ ଆଣନ୍ତୁ ନାହିଁ |
୫) ସନ୍ଧ୍ୟା ସମୟରେ କୌଣସି ଭିକାରୀଙ୍କୁ ଖାଲି ହାତରେ ଫେରନ୍ତୁ ନାହିଁ | ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ |
୬) ସନ୍ଧ୍ୟା ସମୟରେ ଅର୍ଥ ଦେଣ-ନେଣ ବି କରନ୍ତୁ ନାହିଁ | କୁହାଯାଏ ଏହି ସମୟରେ ଦିଆ ଯାଇଥିବା ଟଙ୍କା ଫେରସ୍ତ ମିଳେନି |
୭) ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତି ଘରେ ଶୋଇବା କିମ୍ବା ଝଗଡା କରିବା କଥା ନୁହେଁ | କୁହାଯାଏ ସନ୍ଧ୍ୟା ସମୟରେ ଘରକୁ ମା’
ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ |