ସକାଳେ ଖାଲି ପେଟରେ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ନଚେତ ମାଡ଼ି ବସିବ ଏହିସବୁ ରୋଗ
![](https://thetruths.in/wp-content/uploads/2023/03/Empty-Stomach.jpg)
ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମଣିଷ ନିଜର ଖାଦ୍ୟପେୟ ଓ ସୁସ୍ଥ ଜୀବନଶୈଳୀ ଉପରେ ସଠିକ ଭାବେ ଧ୍ୟାନ ଦେଇପାରିନଥାଆନ୍ତି । ତେଣୁ ପ୍ରାୟ ସମସ୍ତେ ବିଭିନ୍ନ ରୋଗର ମଧ୍ଯ ଶିକାର ହେଉଛନ୍ତି। ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ସଠିକ୍ ସମୟରେ ଖାଇବା ପିଇବା ସହ ଏକ ସନ୍ତୁଳିତ ଜୀବନ ଶୈଳୀର ଆବଶ୍ୟକ ହୋଇଥାଏ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଅଧିକାଂଶ ଲୋକେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସକାଳର ଜଳଖିଆ ଖାଇନଥାଆନ୍ତି । ଏହା ଶରୀର ପାଇଁ ବହୁତ କ୍ଷତିକାରକ ବୋଲି ସମସ୍ତେ ଜାଣି ମଧ୍ୟ ଅଜଣା ପରି ହୁଅନ୍ତି। ସକାଳୁ ଉଠିବା ପରେ କେବେ ମଧ୍ୟ ଖାଲି ପେଟରେ ରହିବା ଉଚିତ୍ ନୁହେଁ। ତେବେ ସକାଳୁ ଖାଲି ପେଟରେ ରହି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ନହେଲେ ଆଗକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡି଼ପାରେ।
ଖାଲି ପେଟରେ ପିଅନ୍ତୁ ନାହିଁ କଫି :
ସକାଳୁ ସକାଳୁ ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, କଫିରେ ପ୍ରଚୁର ପରିମାଣରେ କ୍ୟାଫିନ ରହିଥାଏ। ଏହା ପେଟ ଭିତରେ ହାଇଡ୍ରୋକ୍ଲୋରିକ ଏସିଡ଼ ସୃଷ୍ଟି କରିଥାଏ। ଖାଲି ପେଟରେ କଫି ପିଇବା ଦ୍ୱାରା ପେଟରେ ଅମ୍ଳ ପରିମାଣ ବୃଦ୍ଧି ପାଇ ଏସିଡିଟି ହୋଇଥାଏ।
ଚୁଇଂ ଗମ୍ ଚୋବାନ୍ତୁ ନାହିଁ :
ଖାଲି ପେଟରେ ଚୁଇଂ ଗମ୍ ଚୋବାଇଲେ ପେଟରେ ସାଧାରଣ ଭାବରେ ହଜମକାରୀ ରସ ବା ଏନ୍ଜାଇମ ସୃଷ୍ଟି ହୋଇଥାଏ। ଖାଦ୍ୟ ନ ପାଇଁ ଶେଷରେ ଏହା ଏସିଡ଼ରେ ପରିଣତ ହୋଇ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଏହା ଫଳରେ ପେଟରେ ଗ୍ୟାସ, ଏସିଡିଟି ପରି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେଣୁ ଖାଲି ପେଟରେ କେବେ ହେଲେ ଚୁଇଂ ଗମ୍ ଚୋବାଇବା ଉଚିତ୍ ନୁହେଁ ।
ମଦ ପିଅନ୍ତୁ ନାହିଁ :
ସକାଳୁ ଉଠିବା ପରେ ଖାଲି ପେଟରେ କେବେ ହେଲେ ମଦ ପିଅନ୍ତୁ ନାହିଁ। ମଦରେ ଥିବା ଆଲକୋହଲ ସିଧା ସଳଖ ଯାଇ ରକ୍ତରେ ମିଶିଥାଏ। ଫଳରେ ଶରୀର ଉପରେ ଏହା କୁପ୍ରଭାବ ପକାଇ ଥାଏ। ଖାଲି ପେଟରେ ମଦ ପିଇଲେ ଫୁସଫୁସ, ଯକୃତ ଓ ହୃତପିଣ୍ଡ ଉପରେ ଏହାର ପ୍ରଭାବ ପଡି଼ବା ସହ ଖୁବଶୀଘ୍ର ନାନା ପ୍ରକାର ରୋଗ ମାଡି଼ ବସେ। ଏପରି କରିବା ଦ୍ୱାରା ଆପଣ ନିଜକୁ ନିଜକୁ ମୃତ୍ୟୁ ମୁହଁକୁ ଠେଲି ଦେଇଥାଆନ୍ତି ।
ଖାଲି ପେଟରେ ରାଗନ୍ତୁ ନାହିଁ :
ସକାଳୁ ଖାଲି ପେଟରେ ରହିଲେ ଚିଡିଚିଡା଼ ଲାଗିବାଟା ସ୍ୱଭାବିକ କଥା। ତେବେ ଖାଲି ପେଟରେ ରହି କେବେ ବି ରାଗିବା ଉଚିତ ନୁହେଁ। କାରଣ ଭୋକ ହେବା ସମୟରେ ରାଗ ଆସିଲେ ରକ୍ତରେ ଶର୍କରା ସ୍ତରର ସନ୍ତୁଳନ ବିଗିଡି଼ ଥାଏ। ପରେ ଏହା ଶରୀର ପାଇଁ ପରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ କେବେ ମଧ୍ୟ ଖାଲି ପେଟରେ ରାଗିବା ଅନୁଚିତ୍। ଏହାଛଡା ପ୍ରତ୍ୟେକ ଦିନ ସକାଳୁ ଉଠି ଜଳଖିଆ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ଅଟେ।