ଘରେ ବାରମ୍ବାର ଖରାପ ହେଉଛି କି ବିଦ୍ୟୁତ ଉପକରଣ? ଏହା ଏହି ଗ୍ରହ ଦୁର୍ବଳ ହେବାର ସଂକେତ
ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ଉପରେ ଆଧାରିତ ବାସ୍ତୁଶାସ୍ତ୍ର । ବାସ୍ତୁ ଅନୁସାରେ ଘରର କିଛି ଜିନିଷ ଜୀବନରେ ଗ୍ରହର ପ୍ରଭାବ ବିଷୟରେ ଦର୍ଶାଇଥାଏ । ଏହି ଜିନିଷ ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ କୌଣସି ବଡ ସମସ୍ୟା ଆସିବାକୁ ଅଛି ।
ଯଦି ଆପଣଙ୍କ ଘରେ ବାରମ୍ବାର ବାରମ୍ବାର ବିଦ୍ୟୁତ ଉପକରଣ ଖରାପ ହେଉଥିବ ତେବେ ଏହା ଗ୍ରହ ଦୁର୍ବଳ ହେବାର ସଂକେତ । ଏହା ପ୍ରଭାବରେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ବିଦ୍ୟୁତ ଖରାପ ଉପକରଣ କେଉଁ ଗ୍ରହ ସହ ଜଡିତ ଏବଂ କେଉଁ ପ୍ରକାରେ ଏହାର ନିବାରଣ କରାଯାଇପାରିବ ।
ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରେ ବିଦ୍ୟୁତ ଜିନିଷ ବାରମ୍ବାର ଖରାପ ହେଉଛି ତେବେ ଏହାର ଅର୍ଥ ରାହୁଙ୍କ ଖରାପ ଦଶା ଚାଲିଛି ।
ରାହୁଙ୍କ ନକରାତ୍ମକ ପ୍ରଭାବ ଯୋଗୁଁ ବିଦ୍ୟୁତ ଉପକରଣ ବାରମ୍ବାର ଖରାପ ହୋଇଥାଏ । ରାହୁ ଦଶା ପଡିବା ଦ୍ୱାରା ଘରେ ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ସହିବାକୁ ପଡେ । କୁହାଯାଏ ଘରେ ଖରାପ ବିଦ୍ୟୁତ ଉପକରଣ ଯୋଗୁଁ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆର୍ଥିକ ସମସ୍ୟା ଉପୁଜିଥାଏ ।
ଯଦି ଆପଣଙ୍କ ଘରେ ସର୍ବଦା ବିଦ୍ୟୁତ ଉପକରଣ ଖରାପ ହେଉଛି ତେବେ କୌଣସି ମନ୍ଦିରରେ ବିଦ୍ୟୁତ ବଲ୍ୱ ବା କୌଣସି ବିଦ୍ୟୁତ ଜିନିଷ ଦାନ କରନ୍ତୁ । ପ୍ରତ୍ୟେକ ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ମନ୍ଦିରରେ ଦୀପ ଜଳାଇବା ଦ୍ୱାରା ରାହୁଙ୍କ ନକରାତ୍ମକ ପ୍ରଭାବ କମ ହୋଇଥାଏ ।
ରାହୁଙ୍କ ଦୁଷ୍ପ୍ରାଭରୁ ରକ୍ଷା ପାଇବା ପାଇଁ ବିଦ୍ୟୁତ ଉପକରଣକୁ ସଠିକ୍ ଭାବେ ରଖନ୍ତୁ ।