ରବିବାର ଦିନ କରନ୍ତୁ ଏହି ସବୁ କାମ : ଜୀବନରେ ଆସିବ ସୁଖ-ସମୃଦ୍ଧି, ଦୂର ହେବ ଦରିଦ୍ରତା
![](https://thetruths.in/wp-content/uploads/2023/03/Sunday-1024x567.jpg)
ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା ଉଚିତ । ବାସ୍ତୁଶାସ୍ତ୍ର ଅନୁଯାୟୀ ରବିବାର ଦିନ କିଛି ବିଶେଷ ଉପାୟ କଲେ ସବୁ ସମସ୍ୟା ଦୂର ହେବାସହ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । ଆସନ୍ତୁ ଜାଣିବା ରବିବାର ଦିନ କଣ ସବୁ କରିବା ଦରକାର …..
* ଯଦି ରବିବାର ଦିନ ଆପଣଙ୍କୁ କୌଣସି ଜରୁରୀ କାମରେ ଯିବାରଅଛି ତାହେଲେ ଯିବା ପୂର୍ବରୁ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ।
* ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।
* ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।
* ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।
* ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।
* ରବିବାର ଦିନ ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।
* ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।
* ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
* କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ।
* କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ରହିଥିଲେ ,ଏମାନେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଆରାଧନା କରିବା ଉଚିତ। ଏମାନେ ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ ।
* ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଜାୟ ରଖିବାକୁ ଏବଂ ଓ ମାନ ସମ୍ମାନ ପ୍ରାପ୍ତି ପାଇଁ ସୂର୍ଯ୍ୟଦେବଙ୍କ ଉପାସନା କରିବା ଉଚିତ।