ଵାଲେଶ୍ୱର : ହେଲପିଙ୍ଗ ସୋସାଇଟି ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ
ଵାଲେଶ୍ୱର : ମହାମାରୀ କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତି ସମଗ୍ର ବିଶ୍ୱ ବର୍ତ୍ତମାନ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ, ବୃହତ ଶିଳ୍ପାନୁଷ୍ଠାନ ସହିତ ରାଜ୍ୟ ଦେଶ ଓ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଏହି ମହାମାରୀ । ମଣିଷ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ପଡିଛି କିଛି ନା କିଛି ପ୍ରଭାବ । କେଉଁଠି ପଡିଛି ସକାରାତ୍ମକ ପ୍ରଭାବ ତ ଆଉ କେଉଁଠି ପ୍ରତିଫଳିତ ହେଇଛି ନକାରାତ୍ମକତା । ଏହି ମହାମାରୀ ଯୋଗୁଁ ସବୁଠୁଁ ଅଧିକ ଅସୁବିଧା ଭୋଗ କରୁଛନ୍ତି ଗରିବ ଦରିଦ୍ର ଦିନ ମଜୁରିଆ ବସ୍ତି ବାସିନ୍ଦା ।
ଏହାକୁ ଦୃଷ୍ଟିରେ ରଖି ବାଲେଶ୍ଵରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ହେଲପିଙ୍ଗ୍ ସୋସାଇଟି’ ପକ୍ଷରୁ ସଭାପତି ହ୍ରିତିକ୍ ନାୟକଙ୍କ ନେତୃତ୍ୱରେ ଅଙ୍ଗାରଗଡିଆ ଅଞ୍ଚଳରେ ରହୁଥିବା ୩୦ରୁ ଉର୍ଦ୍ଧ୍ୱ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଚକଲେଟ୍, ବିସ୍କୁଟ, କେକ୍, ମାସ୍କ, ସାନିଟାଇଜର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନର ସଭାପତି ହ୍ରିତିକ୍ ନାୟକ ସୁଚନା ଦେଇଛନ୍ତି।
ସଂଗଠନର ଉପସଭାପତି ସେଖ୍ ନାଜିମ୍, ଅମରିତା ଚାନ୍ଦ, ପ୍ରକାଶ ଜ୍ୟୋତି ପ୍ରଧାନ,ଅରୁପ କୁମାର ସାହୁ, ରଜତ ଘଡେ଼ଇ, କିରଣ ଜ୍ୟୋତି ମଣ୍ଡଳ, ଶୁଭଶ୍ରୀ ଦାସ, ଶ୍ରଦ୍ଧା ସୁମନ ସାହୁ, ଜ୍ୟୋତି ପ୍ରକାଶ ରାଉତ, ସିମରନ୍, ଆରୟନ, ୟାସିକା ଗୁପ୍ତା, ଅର୍ପିତା ସାମଲ, ସୁଧାଂଶୁ ବାରିକ୍,ମୋନାଲି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।