ବାଲେଶ୍ୱର : ବିଧାୟକ ମଙ୍ଗୁ ଭାଇଙ୍କ ଶ୍ରାଦ୍ଧ ସପ୍ତାହ ଅବସରରେ ରାସନ ସାମଗ୍ରୀ ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ଦିବଙ୍ଗତ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ଶ୍ରାଦ୍ଧ ସପ୍ତାହ ଅବସରରେ ରବିବାର ଜେଲ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିଜେପି ତରଫରୁ ଜୋତା କାରିଗର (ମୁଚି ଭାଇ)ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିତରଣ କରାଗଲା ।
ବିଶ୍ୱର ଲୋକପ୍ରିୟ ଜନନେତା ତଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନ କ୍ରମେ ଓଡିଶାରେ \’ସେବା ହିଁ ସଂଗଠନ\’ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନେ ସେବାକାର୍ଯ୍ୟ ଜାରି ରଖିଛନ୍ତି । ମହମାରୀ କରୋନା ସମୟରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସଦା ସର୍ବଦା ଲୋକଙ୍କ ସାଥିରେ ରହିଅଛି । କୋଭିଡ ମହମାରୀ ବିରୋଧି ଲଢେଇରେ ସମାଜସେବା ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣାର ବିଷୟ । କୋଭିଡ ମହାମାରୀ, ପରବର୍ତ୍ତୀ ଲକଡାଉନ ଏବଂ ବାତ୍ୟା ପରେ ମୁଚି ଭାଇ ମାନଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଅବସରରେ ଆଜି ବିଜେପି ପକ୍ଷରୁ ସହରର ୪୦ ରୁ ଉର୍ଦ୍ଧ୍ୱ ମୁଚି ପରିବାରକୁ ରାସନ ସାମଗ୍ରୀ ବିତରଣ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ଆଶିଷ ଘୋଷ, ତରୁଣ ବର୍ଦ୍ଧନ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସର୍ବେଶ୍ୱର ପାତ୍ର, ଗଙ୍ଗାଧର ରାଉତ, ସତ୍ୟଜିତ ମିଶ୍ର, ରାଜେନ୍ଦ୍ର ଚାଟାର୍ଜୀ, ବିବେକାନନ୍ଦ ରାଉତ, ବିଭୁପଦ ଦାସ, ବୈଲୋଚନ ଦାସ, ପ୍ରବୀର ଶଙ୍କର ଦାଶ, ବିକାଶ ପାଢୀ, ଧୀରଜ ମହାନ୍ତି, ଲୋକନାଥ ଭୂୟାଁ, ଅରୁପ ଜେନା, ସେଖ ହଲିମ, ଅଭୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।