ହରିଶ ରାଓତଙ୍କ ସହ ଭେଟିବା ପାଇଁ ଡେରାଡୁନରେ ପହଂଚିଲେ ଅସନ୍ତୁଷ୍ଟ ବିଧାୟକ
ଡେରାଡୁନ : ପଂଜାବର ରାଜନୈତିକ ଅସ୍ଥିରତା ଏବେ ଉତରାଖଣ୍ଡରେ ପହଂଚିଛି । ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଜାତୀୟ ସାଧାରଣ ସମ୍ପାଦକ ତଥା ପଂଜାବର ଦାୟିତ୍ୱରେ ଅଛନ୍ତି । ଦଳର ନେତା ହରିଶ ରାୱତଙ୍କୁ ଭେଟିବା ପାଇଁ ସିଦ୍ଧୁ ଡେରାଡ଼ୁନରେ ପହଂଚିଛନ୍ତି । ଏହି ଲୋକମାନେ ପଂଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କୁ ଏଠରେ ହୋଟେଲ ସରୋବରରେ ଭେଟି କଥା ହୋଇଥିଲେ । କୁହାଯାଉଛି ଯେ, ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ନେତୃତ୍ୱ ପରିବର୍ତନ କରିବାକୁ ଦାବି କରୁଛନ୍ତି । ଏହି ବୈଠକ ପୂର୍ବରୁ ହରିଶ ରାୱତ କହିଚନ୍ତି ଯେ, ବିଧାୟକଙ୍କ ଅସନ୍ତୋଷ ଦୂର କରିବା ସହ ଏହି ସମସ୍ୟାର ସମାଧାନ ହେବ । ହରିଶ ରାୱତ କହିଛନ୍ତି ଯେ, ଏହା କଂଗ୍ରେସ ପରିବାରର ଏକ ବିଷୟ ଯାହା ସମାଧାନ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଆମେ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ମୈଦାନକୁ ଯିବୁ ।
ତାଙ୍କ କହିବା କଥା ଯେ, ପଂଜାବରେ କୌଣସି ନେତୃତ୍ୱ ପରିବର୍ତନ ହେବ ନାହିଁ । ହରିଶ ରାୱତ ବିଶ୍ୱାସ କରନ୍ତି ଯେ, ନବଜୋତ ସିଂ ସିଦ୍ଧୁ ହେଉଛନ୍ତି କଂଗ୍ରେସ ସଭାପତି, ତାଙ୍କୁ ବୁଝିବାକୁ କିଛି ସମୟ ଲାଗିବ । ତାଙ୍କ କହିବା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ, ରାଜେନ୍ଦ୍ର ସିଂ ବାଜୱା, ସୁଖଜିନ୍ଦର ସିଂ ରନ୍ଧାୱା, ଏସ ସରକାରିଆ, ଚରଣଜିତ ସିଂ ଚନ୍ନି ସମସ୍ତେ ପୁରୁଣା ଲୋକ । ସେ ପରିସ୍ଥିତିକୁ ବୁଝିଛନ୍ତି । ପଂଜାବ ସରକାର ଉପରେ କୌଣସି ପ୍ରକାର ସଂକଟ ନାହିଁ । ସୂଚନା ଅନୁସାରେ ସିଦ୍ଧୁ ଦଳର ନେତା ରାଜେନ୍ଦର ବାଜୱା, ସୁଖଜିନ୍ଦର ରନ୍ଧୱା, ସୁଖ ସାରକରିଆ, ଚରଣଜିତ ସିଂ ଚାନ୍ନି ଏବଂ ତିନିଜଣ ବିଧାୟକ ଡେରୁଡ଼ୁନରେ ପହଂଚିଛନ୍ତି ।