ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ସୁଗମ ଦର୍ଶନ ପାଇଁ ଦାବି
![](https://thetruths.in/wp-content/uploads/2022/03/Breaking-News-1024x509.jpg)
ପୁରୀ : ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ସୁଗମ ଦର୍ଶନ ପାଇଁ ଦେଇଥିବା ନିର୍ଦ୍ଦେଶକୁ ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଛ ସ୍ୱାଗତ କରିଛି । ଶ୍ରୀଗୁଣ୍ଡିଚା ସମ୍ମୁଖରେ ମଞ୍ଛର ସଦସ୍ୟ ଓ ସଦସ୍ୟାମାନେ ଏହି ରାୟକୁ ସ୍ୱାଗତ ଓ ସମ୍ମାନ ଜଣାଇବା ସହ ଜିଲ୍ଲା ପ୍ରଶାସନ ,ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜା, ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । ଭାରତର ବିଭିନ୍ନ ମନ୍ଦିର ଗୁଡ଼ିକରେ ଦିବ୍ୟାଙ୍ଗ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଅଥଚ ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ହୋଇନଥିବାର କ୍ଷୋଭ ପ୍ରକାଶ କରିଥିଲେ । ନୂଆବର୍ଷରୁ ଦିବ୍ୟାଙ୍ଗ ଦର୍ଶନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଅନନୁରୋଧ କରିଛନ୍ତି । ମହାମଞ୍ଛର ସଂଗଠନ ସମ୍ପାଦିକା ଗଜଲକ୍ଷ୍ମୀ ରାୟଙ୍କ ସହ ପ୍ରଶାନ୍ତ ନାୟକ,କମଳକାନ୍ତ ସାହୁ,ସୁବାସଚନ୍ଦ୍ର ଗୌଡ଼,ସସ୍ମିତା ପ୍ରଧାନ, ଜୟନ୍ତି ଦାସ,ଅମ୍ରିତା ପଟ୍ଟନାୟକ,ରାଜକିଶୋର ପାତ୍ର, ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।