ସିନ୍ଧେକେଲାରେ ଡାଇରିଆ ଆତଙ୍କ, ଡାକ୍ତରୀ ଦଳଙ୍କ ସ୍ଥିତି ଅନୁଧ୍ୟାନ ସହ ଚିକିତ୍ସା ଆରମ୍ଭ
ବଲାଙ୍ଗୀର : ବଲାଙ୍ଗୀର ଜିଲା ସିନ୍ଧେକେଲାରେ ଡାଇରିଆ ଆତଙ୍କ ଦେଖାଦେଲା ପରେ ଭୁବନେଶ୍ବରରୁ ସେଠାକୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇଛି । ଭୁବନେଶ୍ବରରୁ ୨ ଜଣିଆ ଡାକ୍ତରୀ ଦଳ ଓ ବଲାଙ୍ଗୀରର ୩ ଜଣିଆ ଡାକ୍ତରୀ ଟିମ୍ ସିନ୍ଧେକେଲାରେ ପହଞ୍ଚିଛନ୍ତି । ଗାଁରେ ସ୍ଥିତି ଅନୁଧ୍ୟାନ ସହ ଚିକିତ୍ସା ଆରମ୍ଭ ହୋଇଛି ।
ସିନ୍ଧେକେଲାରେ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଝାଡ଼ାବାନ୍ତିର କାରଣ ଜାଣିବା ପାଇଁ ନିକଟସ୍ଥ ବିଭିନ୍ନ ଉତ୍ସରୁ ପାଣି ପରୀକ୍ଷା କରାଯାଉଛି । ନଦୀପାଣିରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ପାଣି ବିଶୋଧନ କରାଯାଉଛି । ୨ଟି ମୋବାଇଲ ଡାକ୍ତରୀ ଟିମ୍ ନିୟୋଜନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।