ଆଜି ଖୋଲିବ ଧବଳେଶ୍ୱର ଶୈବ ପୀଠ
କଟକ : କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ଶୁକ୍ରବାର ଠାରୁ କୋଭିଡ କଟକନାରେ ଖୋଲିବ । ମନ୍ଦିର ମଧ୍ୟକୁ ବାହାର ଭୋଗକୁ ବାରଣ କରାଯାଇ ଥିବାବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି । ଅନ୍ୟପଟେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯେ, କୋଭିଡ୍ ନିୟମ କୋହଳ ହେବା ପରେ କଟକ ଜିଲାପାଳଙ୍କ ଅନୁମୋଦନରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିଲେ ମଧ୍ୟ ଧବଳେଶ୍ୱରଙ୍କ ମନ୍ଦିର ଖୋଲିନଥିଲା । ଏନେଇ ଗୁରୁବାର ଆଠଗଡ ଉପଜିଲାପାଳଙ୍କ ବୈଠକ ପରେ ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।