ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟ ପାଇଁ ଅନୁମତି ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ଓ ମଙ୍ଗଳପୁର ପଞ୍ଚାୟତର ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବାକୁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅନୁମତି ଦେବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି । ଏ ସମ୍ପର୍କରେ ମୀନକେତନ ସେନାପତି, ସରୋଜ କୁମାର ନାୟକ, ବ୍ରଜମୋହନ ପାଣି, ମଳୟ ସେନାପତି, ଦେବେନ୍ଦ୍ର ବାରିକ, ଅଭିମନ୍ୟୁ ବାରିକ, ଆଲୋକ ଦାସ, ନିରଂଜନ ନାୟକ ପ୍ରମୁଖ ଚାଷୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ, ସିନ୍ଦୋଳ ପଞ୍ଚାୟତର ଲକ୍ଷ୍ମୀନାରାୟଣ ମହିଳା ମହାସଂଘ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରି ଆସୁଥିଲା । ମାତ୍ର କେତେକ ମୁଷ୍ଟିମେୟ ଧାନ ବେପାରୀ ଧାନ କ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରି ନିଜ ଅଧିନକୁ ନେବା ପାଇଁ ଉଦ୍ୟମ କରିଆସୁଛନ୍ତି । ଏହା ଫଳପ୍ରଦ ହେଲେ ସିନ୍ଦୋଳ, ସେନବାର୍ଡ଼, ଆରୁହା, ଇନ୍ଦିରିଆ, ସାଟିଉଟି ଓ କନାଟିଆ ଗ୍ରାମର ଚାଷୀମାନେ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।