ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

କଟକ : ସାହେବଜାଦା ବଜାରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଜୟକୃଷ୍ଣ ମହାନ୍ତିଙ୍କ ୮୮ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସୁଷମା, ପୁତ୍ର ପ୍ରମୋଦ, ପ୍ରଶାନ୍ତ, ସନ୍ତୋଷ, ପରମାନନ୍ଦ, ନାରାୟଣ, ସୁଭାଷ, ପ୍ରକାଶ ଓ ଝିଅ ସାଧନା ଦାସ, ବଡ ବୋହୂ ସୁରେଖା, ଅଙ୍ଗୁରୁବାଳା, ତନୁଶ୍ରୀ, ଜାନକୀ, ପ୍ରିୟଙ୍କା ମହାନ୍ତିଙ୍କ ସମେତ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାନ୍ତି ଜଣେ ସରଳ ଓ ଅମାୟିକ ବ୍ୟକ୍ତି ହୋଇଥିବା ବେଳେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ମୁରବି ଓ ବିଶିଷ୍ଟ ବ୍ୟକ୍ତକମାନେ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ପ୍ରମୋଦ(ପ୍ରେମା) ମୁଖାଗ୍ନି ଦେଇଥିଲେ ।