ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
କଟକ : ଅବସରପ୍ରାପ୍ତ ଅଡିଟ୍ ଅଫିସର୍, ସମାଜସେବୀ ତଥା ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ବେଣୁଧର ସାହୁଙ୍କ ୯୩ ବର୍ଷ ବୟସରେ ଗତକାଲି ପରଲୋକ ଘଟିଯାଇଛି । ସେ ଜଣେ ସରଳ, କର୍ମଠ, ସମାଜସେବୀ, ଧାର୍ମିକ ଓ ସମସ୍ତଙ୍କୁ ଭଲପାଉଥିବା ବ୍ୟକ୍ତି ଭାବେ ପରିଚିତ ଥିଲେ । ସ୍ୱର୍ଗତ ସାହୁ ଅବସର ପରେ ବହୁ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ କନକଲତା, ପୁତ୍ର ନିଳମାଧବ, ମୀନକେତନ, ଝିଅ ଅନୂସୟା ଓ ପ୍ରିୟମ୍ବଦା ଉପସ୍ଥିତ ଥିଲେ । ତାଙ୍କର ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଅନ୍ତର୍ଗତ ବସନ୍ତ ଗାଁ ହୋଇଥିବା ବେଳେ ସେ ଅବସର ପରେ ପୁତ୍ର ଇଂ ନିଳମାଧବ ସାହୁଙ୍କ ଭୁବନେଶ୍ୱରର ନୟାପଲ୍ଲୀରେ ରହୁଥିଲେ । ତାଙ୍କର ବଡ ପୁଅ ନିଳମାଧବ କଟକର ନୂଆବଜାରସ୍ଥିତ ଗ୍ରାମ୍ୟ ନିର୍ମାଣ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଓ ସାନପୁଅ ମୀନକେତନ ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବନ୍ଧୁପରିଜନଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପୁତ୍ର ନିଳମାଧବ ମୁଖାଗ୍ନି ଦେଇଥିଲେ ।