ଘର ଭିତରୁ ମା’ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଘଟଣ । ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେଉଁ ପରିସ୍ଥିତିରେ ମା’ ପୁଅ ଆତ୍ମହତ୍ୟା କଲେ ନା କେହି ତାଙ୍କ ହତ୍ୟା କରିଛି ତାହାର କାରଣ ଜଣାପଡି ନାହିଁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନା ଯେ, ଟାଙ୍ଗରପାଲିରେ ମାଆ ଓ ପୁଅ ରହୁଥିଲେ । କିନ୍ତୁ ଏବେ ଘର ଭିତରକୁ ଉଭୟଙ୍କ ମୃତଦେହ ଠାବ ହୋଇଛି । ଘର ଭିତରେ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ହେଲେ ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ ମୃତ ମାଆଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ପୁଅର ବୟସ ୩୦ ବର୍ଷ ବୋଲି ଜଣାପଡିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ଘରେ କେହିନଥିବା ବେଳେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।