କଟକ କ୍ଲବର ୧୫୮ତମ ପ୍ରତିଷ୍ଠା ଉତ୍ସବ ପାଳିତ
କଟକ : କଟକ କ୍ଲବର ୧୫୮ତମ ପ୍ରତିଷ୍ଠା ଦିବସ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବିଗତ ଏକ ମାସ ଧରି ଚାଲିଥିବା ଏମଜିଏମ ଭଏସ ଅଫ ବାରବାଟୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ମଂଚରେ ସ୍ୱର ସଂଗୀତ ପରିବେଷଣ କରିଥିଲା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫୦ ହଜାର, ଦ୍ୱିତୀୟ ୨୫ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ଉଦୀୟମାନ କଣ୍ଠଶିଳ୍ପୀ ବର୍ଗରେ ଦୁଇ ଜଣଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏମଜିଏମର ପଙ୍କଜ ଲୋଚନ ମହାନ୍ତି, କ୍ଲବର ସଭାପତି ଡା. ଜୟନ୍ତ ପଣ୍ଡା, ସଂପାଦକ ଯଶୋବନ୍ତ ଦାସ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାର ବିଚାରକମଣ୍ଡଳିରେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପଣ୍ଡିତ ଏ ମହେଶ୍ୱର ରାଓ, ବିକାଶ ଦାସ, ଓମ୍ପ୍ରକାଶ ମହାନ୍ତି, ନିତ୍ୟ ଶ୍ରୀରଂଜନ, ଶରତ ନାୟକ ଓ ସୈାମିତ୍ରୀ ପଲେଇ ପ୍ରମୁଖ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀକାନ୍ତ ମହାପାତ୍ର ଯୋଗଦେଇଥିଲେ । ସେହିଭଳି ଉତ୍ସବର ଦ୍ୱିତୀୟ ଦିବସରେ ଏକ ଫ୍ୟାଶନ ସୋ ସହିତ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍ସବ ଶେଷରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବସନ୍ତ ସାହୁ, ବିପିନ ବିହାରୀ ରାଉତ, ସତ୍ୟମୋହନ ରଥ, ସତ୍ୟ ଶୋଭନ ନନ୍ଦ, ବିଜୟ କୁମାର ସାହୁ, ସୁବ୍ରତ ଦାସ ତଥା କ୍ଲବର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।