୨ରୁ ୧୮ବର୍ଷ ପିଲାଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ
ନୂଆଦିଲ୍ଲୀ : ୨ରୁ ୧୮ବର୍ଷ ପିଲାଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ l ଏନେଇ ନୀତି ଆୟୋଗର ସଦସ୍ୟ ଡା. ବିକେ ପାଲ କହିଛନ୍ତି ଯେ, ଦେଶରେ ଛୋଟ ପିଲାଙ୍କ ପାଇଁ ଟିକାର ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି l ଡିସିଜିଆଇ ଭାରତ ବାଇଓଟେକକୁ ଭ୍ୟାକ୍ସିନର ଫେଜ ଦୁଇ ଏବଂ ତିନି ଟ୍ରାଏଲ କରିବା ପାଇଁ ଅନୁମତି ଦେଇଛି lଏହି ସ୍ଥିତିରେ ବିକେ ପାଲ କରୋନା ଉପଚାରକୁ ଆଣ୍ଟି କୋଭିଡ ଡ୍ରଗ ୨ଡିଜି ସାମିଲ କରିବା ପାଇଁ ଯାଞ୍ଚ କରାଯାଉଛି l
ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା ଡିସିଜିଆଇ ଏହାକୁ ଜରୁରୀକାଳୀନ ଉପଯୋଗ ପାଇଁ ଅନୁମତି ଦେଇଛି l 2ଡିଜିର ପ୍ରସ୍ତୁତି ଡିଆରଡିଓ କରୁଛି l ଏହା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମାଇବାର ସାହାଯ୍ୟ କରିବ l ଏହା ରୋଗୀଙ୍କ ଆକ୍ସିଜେନ ଉପରେ ନିର୍ଭରତା କମ ହେବ l ରିକୋଭରୀ ଶୀଘ୍ର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ l ତେବେ ଏହାର ପ୍ରଥମ ବ୍ୟାଚରେ ୧୦ ହଜାର ଡୋଜ୍ ବଜାରକୁ ଆସିବ । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହି ଔଷଧର ‘ମଲିକ୍ୟୁଲ୍ ’ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରିବ । ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି । କ୍ଲିନିକାଲ୍ ପରୀକ୍ଷା ଫଳାଫଳରେ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ । ଏଥରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ।